କଟକ ରେଳ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍
କଟକ,(ଓ୍ବାଇଏନଏସ): କଟକ ଷ୍ଟେସନରେ ଅଘଟଣ। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡିଲା ସେଡ୍। କ୍ଷୟକ୍ଷତି କଣ ଘଟିଛି ତାହାର ସୂଚନା ଜଣାପଡି ନାହିଁ। ପ୍ଲାଟଫର୍ମ ନଂ ୧ରେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଷ୍ଟେସନ ନବୀକରଣ କାମ ଚାଲୁଥିବା ବେଳେ ସେଡ୍ଟି ଭୁଶୁଡ଼ି ପଡିଛି ।କଟକ ଷ୍ଟେସନ୍ରେ ଅଘଟଣ କେଉଁ ପରିସ୍ଥିତିରେ ଘଟିଲା ତାର ତଦନ୍ତ ହେବ ବୋଲି ଖୋର୍ଦ୍ଧା ଡିଭିଜନ ଏଡିଆରଏମ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି। ପୁରୁଣା କୋଠା ଭଙ୍ଗା ଯାଉଥିବା ବେଳେ କିଛି ଅଂଶ ଭାଙ୍ଗି ସେଡ୍ ଉପରେ ପଡିଥିଲା ।ଯାହାଫଳରେ ସେଡଟି ଭାଙ୍ଗି ଯାଇଥିଲା। ବର୍ତ୍ତମାନ ପାଇଁ ଫ୍ଲାଟଫର୍ମ ୧ ଏବଂ ୨ରେ ରେଳ ଚଳାଚଳ ବନ୍ଦ ରହିଛି। ଉଦ୍ଧାର କାମ ସରିବା ପରେ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ଖୋର୍ଦ୍ଧା ଡିଭିଜନ ଏଡିଆରଏମ ସୂଚନା ଦେଇଛନ୍ତି।


