କୋଦଳା ସ୍ମାର୍ଟ ମଶାଣି କେବେ ହେବ ଲୋକାର୍ପଣ ?

ବେଗୁନିଆପଡ଼ା, (ବାପୁନି କୁମାର ମାଲୁ): ଆର୍ଥିକ ବର୍ଷରେ ପୂର୍ବ ବିଜେଡି ସରକାରଙ୍କ ଦ୍ୱାରା ଅନୁମୋଦିତ ସ୍ମାର୍ଟ ମଶାଣି କାମ କେବେ ସରିବ ତା ନେଇ କୋଦଳା ବାସିଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ? ଏହାକୁ ଲୋକାର୍ପଣ ନ କରି ସେହି କାର୍ଯ୍ୟକୁ ଜାଣିଶୁଣି ଅର୍ଥ ବାଟମାରଣା କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ! ଗୋଟିଏ ପଟେ କୋଦଳା ର ବିକାଶ ଅଗ୍ରଗତିରେ ଚାଲୁଛି ବୋଲି ପ୍ରଚାର ପ୍ରସାର କରୁଥିବା ବେଳେ, ସ୍ମାର୍ଟ ସ୍ମଶାନ କୁ ଦେଖିଲେ ଜଣା ପଡୁଛି ବିକାଶ କେତେ ଜୋର ରେ ଦୌଡୁଛି ! ଏହି ସ୍ମାର୍ଟ ସ୍ମଶାନ ଲୋକଙ୍କ ଆବଶ୍ୟକତା ଓ ଅନୁରୋଧ କୁ ଆଖି ଆଗରେ ରଖି ପୂର୍ବ ବିଜେଡି ସରକାର ର ବିଧାୟିକା ଏହି ମଶାଣି ର ଶୁଭ ଦେଇଥିଲେ ! ପରବର୍ତ୍ତୀ ସମୟ ରେ ଟେଣ୍ଡର ହୋଇ ପାଚେରୀ କାମ ଶେଷ ହୋଇଥିବା ବେଳେ ପୁଣି ଆଉ ଏକ ପ୍ରଯ୍ୟାୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା ଜଣାପଡିଛି । କିନ୍ତୁଦୁଃଖ ଏବଂ ପରୀତାପ ର କଥା ବିଜେଡି ସରକାର ର ପତନ ପରେ କୋଦଳା ଏନଏସି ରେ ବିଜେପି ଅଧ୍ୟକ୍ଷ୍ୟ ଏବଂ ରାଜ୍ୟ ଓ କେନ୍ଦ୍ର ରେ ମଧ୍ୟ ବିଜେପି ଏମିତି କି ତ୍ରିପଲ ଇଞ୍ଜିନ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମଶାଣିକୁ ଲୋକାର୍ପଣ କରାଯାଇ ପାରିନାହିଁ କାହିଁକି? ଶୁଣିବାକୁ ମିଳୁଛି ଯେ ଯେଉଁ ସମୟ ରେ କିଛି ଦଳୀୟ କାଉନସିଲର ଅଧ୍ୟକ୍ଷ୍ୟ ଙ୍କୁ ଖୋଲାଖୋଲି ବିରୋଧ କରୁଥିଲେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଆଳ ଦେଖାଇ ତତ୍କାଳୀନ ବିଭାଗୀୟ ଯନ୍ତ୍ରୀଙ୍କୁ ଖୋସାମଦ କରି ଅନେକ ୨ ଲକ୍ଷ ଟଙ୍କିଆ ସର୍ଟ ଟେଣ୍ଡେର ମାଧ୍ୟମ ରେ କାମ ଯୋଗାଇ ଦିଆଯାଇଛି ।ତଥାପି କାର୍ଯ୍ୟ ଯେପରି ସେପରି,ଏତେ ପରିମାଣର ଅର୍ଥ ଖର୍ଚ୍ଚ କରି କାହିଁକି ଲୋକାର୍ପଣ ହୋଇପାରୁନାହିଁ ସ୍ମାର୍ଟ ମଶାଣି , ଆହୁରି କିଛି ଅର୍ଥ ଆତ୍ମସାତ କରିବା ଉଦ୍ଦେଶ୍ୟ ଅଛି କି? ଲୋକାର୍ପଣ ନ ହେବାର ଉଦ୍ଦେଶ୍ୟ କଣ ଏନଏସି ଉପାଧ୍ୟକ୍ଷ୍ୟ ରଞ୍ଜିତା ସେଠିଙ୍କୁ ପଚାରିବାରେ ସେ କହିଥିଲେ ଯେ ଲୋକଙ୍କ ଅସୁବିଧା କଣ ମୁଁ ନିଜେ ଅନୁଭବ କରିଛି, ଏହାକୁ ନେଇ ବାରମ୍ବାର ଅଧ୍ୟକ୍ଷ୍ୟଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଏହାର ଲୋକାର୍ପଣ ପାଇଁ ଅନୁରୋଧ କରିଛି କିନ୍ତୁ ଫଳ ଶୂନ, କାହିଁକି ଏହାକୁ ବିଳମ୍ବ କରାଯାଉଛି ତାହା ତଦନ୍ତ ସାପେକ୍ଷ୍ୟ ବୋଲି ଦାବୀ କରିଛନ୍ତି ଉପାଧ୍ୟକ୍ଷ ଶ୍ରୀମତି ରଞ୍ଜିତା ସେଠୀ, ଏହାକୁ ଶୀଘ୍ର ଲୋକାର୍ପଣ ପାଇଁ ଦାବି କରିଛନ୍ତି କିଛି କାଉନସିଲର, ବୁଦ୍ଧିଜୀବୀ ଓ ଜନସାଧାରଣ, ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ କାର୍ଯ୍ୟ ଶେଷ ହୋଇଯାଇଛି, ଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ପ୍ରକାଶ କରିଛନ୍ତି`

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ