ଜରାଶ୍ରମରେ ବୃଦ୍ଧ, ବୃଦ୍ଧା ଓ ବିଧବାଙ୍କୁ ଶୀତ ବସ୍ତ୍ର ବଣ୍ଟନ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ହାତୀଓଟ ଜରାଶ୍ରମ ପରିସରରେ ଡିସେମ୍ବର ୧୪ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଞ୍ଚଳର ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳା ବୃନ୍ଦଙ୍କୁ ଶୀତ ବସ୍ତ୍ର ସହ ହାତଖର୍ଚ୍ଚ ପାଇଁ ଟଙ୍କା ପ୍ରଦାନ କରିଛନ୍ତି। ଶ୍ରୀ ସାହୁ ନିଜର ରାଜନୈତିକ ଜୀବନ ସରପଞ୍ଚରୁ ଆରମ୍ଭ କରିଥିବା ବେଳେ ସେହି ସମୟରୁ ଗରିବ ବୃଦ୍ଧ, ବୃଦ୍ଧା ଓ ବିଧବା ବୃନ୍ଦଙ୍କୁ ପ୍ରତିବର୍ଷ ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି। ସରପଞ୍ଚ ଥିବା ସମୟରେ ମଧ୍ୟ ନିଜ ଗ୍ରାମ ହାତୀଓଟରେ ଏକ ଜରାଶ୍ରମ ସ୍ଥାପନ କରି ଅସହାୟ ବୃନ୍ଦଙ୍କୁ ଥଇଥାନ କରିଆସୁଛନ୍ତି। ଦୁଇଥର ବିଧାୟକ ଭାବେ ନିର୍ବାଚିତ ଶ୍ରୀ ସାହୁ ଗତ ୨୦୨୪ ସାଧାରଣ ନିର୍ବାଚନରେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ ମଧ୍ୟ ସର୍ବଦା ଜନସମ୍ପର୍କ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ