କଲ୍ୟାଣସିଂହପୁର ରେଞ୍ଜର ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର ଓ ଶିଶୁପୁତ୍ର ଆହତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଆଜି ରାୟଗଡା ଠାରୁ ନିଜ ଗାଡ଼ିରେ ପରିବାର ସହ କଲ୍ୟାଣସିଂହପୁର କାର୍ଯ୍ୟ ସ୍ଥଳୀକୁ ରାତ୍ର ପ୍ରାୟ ଆଠଟା ସମୟରେ ଫେରିବା ସମୟରେ ଗାଡ଼ିସେସ ଖାଲ ପଞ୍ଚାୟତର ରାମପୁର ନିକଟରେ ଏକ ଗଛକୁ ପିଟିହୋଇ ଯାଇଥିବାରୁ ଗୁରୁତର ହୋଇଥିବା ଜଣା ପଡିଛି। ନିଜ ଗାଡ଼ିରେ ନିଜେ ଚଲାଉଥିବା ବେଳେ ସ୍ତ୍ରୀ ଓ ଛୋଟ ଶିଶୁ ପୁତ୍ର ଥିବା ଜଣାପଡିଛି। ଗୁରୁତର ରେଞ୍ଜର ହୋଇଥିବା ବେଳେ ଶିଶୁ ପୁତ୍ର ଓ  ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି। ଖବର ପାଇଁ ଚାନ୍ଦିଲି ପୋଲିସ ଘଟଣା ସ୍ଥଳେ ପହଁଚି ଉଦ୍ଧାର କରି ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଥିବା ଜଣା ପଡିଛି। ଦୁର୍ଘଟଣାରେ ରେଞ୍ଜରଙ୍କ ମୁଣ୍ଡରେ ଗୁରତର ଭାବରେ ଆଘାତ ଲାଗିଥିବା ଜଣା ପଡିଛି।ଦୁର୍ଘଟଣା  କେମିତି ହେଲା ତାହା ପୋଲିସ ତଦନ୍ତ କରୁଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ