ବିଶ୍ୱ ଏଡ଼ସ ଦିବସ ପାଳିତ

ହାଟଡିହି (ଓ୍ବାଇଏନଏସ): ଛେନାପଦି ବିଶ୍ୱ ତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଦୁଇ ଶହରୁ ଉର୍ଦ୍ଧ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଡସ ଦିବସ ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ରୀମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଛାତ୍ରୀ ମାନେ  ଏକ ସଚେତନତା ରାଲି ବାହାର କରି ଛେନାପଦି ଛକ, ଶାସଙ୍ଗ ଓ ଅଣା ପର୍ଯ୍ୟନ୍ତ ପରିକ୍ରମା କରି ଏଡ଼ସର ଭୟବହତା ଉପରେ ସଚେତନ କରାଇ ଥିଲେ। ଅଧ୍ୟକ୍ଷା ଶୁଭସ୍ମିତା ପଳିତାଙ୍କ ନେତୃତ୍ୱରେ ଯୁବ ରେଡକ୍ରସ କାଉନସିଲର- ଶ୍ରୀମତୀ ଆଳତି ଦାସ, କ୍ରୀଡ଼ା ଶିକ୍ଷୟିତ୍ରୀ  ସୁରଭି ଦାସ,  ଅଧ୍ୟାପକ ମନ୍ଦାରଧର ରାଉତ, ଅଧ୍ୟାପିକା  ପଲ୍ଲୀଶ୍ରୀ ପାଇକରାୟ, ଶିବାନୀ ଧଳ, ଲୋପାମୁଦ୍ରା ପଧାନ, ଦୀପ୍ତିମୟୀ ସେନାପତି ଓ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ