ପିପୁଲସ କଲେଜରେ ବିଶ୍ୱ ଏଡସ୍‌ ଦିବସ ପାଳନ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଯୁବ ରେଡ କ୍ରସ (ୱାଇ ଆର ଏସ) ଓ ରେଡ ରିବନ କ୍ଳବ (ଆର ଆର ସି) ପକ୍ଷରୁ ମିଳିତ ଭାବେ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ବୃନ୍ଦ ରାଲିରେ ବାହାରି ଜନସାଧାରଣଙ୍କୁ ଏଡ୍ସ ରୋଗର କାରଣ ଓ ନିରାକରଣ ବିଷୟରେ ସଚେତନତା କରିଥିଲେ। ଏହାପରେ କଲେଜ ପରିସରରେ ଯୁବ ରେଡ଼ କ୍ରସ ପରାମର୍ଶଦାତା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ସଭା ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଯୁବ ରେଡ କ୍ରସ ପରାମର୍ଶଦାତା ଅଧ୍ୟାପକ ଶ୍ରୀ ଖଣ୍ଡୁଆଳ ନିଜର ସୁଦୀର୍ଘ ବକ୍ତବ୍ୟରେ ସ୍ୱେଚ୍ଛାସେବୀମାନଙ୍କୁ ଏଡ୍ସର ଇତିହାସ, କାରଣ ଓ ସଚେତନତା ବିଷୟରେ ଉତ୍ତମ ଭାବେ ବୁଝାଇଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଲୋକନାଥ ବେହେରା ଏଡ୍ସ ନିରାକରଣ ବିଷୟରେ ଉପାଦେୟ ପରାମର୍ଶ ଦେଇଥିଲେ। ଡକ୍ଟର ଶ୍ରୀ ରଥ ନିଜ ବକ୍ତବ୍ୟରେ ସ୍ୱେଚ୍ଛାସେବୀ ବୃନ୍ଦ ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନତା କରାଇବା ପାଇଁ ପରାମର୍ଶ ଦେଇଥିଲେ। ଏକ ଶହରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସ୍ୱେଚ୍ଛାସେବୀ ସୋମିତ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ