ବିଶ୍ବ ସ୍ତନ୍ୟପାନ ସପ୍ତାହ
ଧାମନଗର ((ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମନ୍ମୟ ସାମନ୍ତ ସିଂହାରଙ୍କ ତତ୍ତ୍ୱାବଧାନରେ କିଶୋର ଚନ୍ଦ୍ର ପଣ୍ଡାଙ୍କ ସଂଚାଳନାରେ ଧାମନଗର ବ୍ଲକ ଏବଂ ଏନ ଏ ସି ବିଭିନ୍ନ ଗ୍ରାମ ଓ ସ୍ଥାନ ମାନଙ୍କରେ ଅଗଷ୍ଟ ୧ ରୁ ୭ ପର୍ଯ୍ୟନ୍ତ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ ଓ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ସହରାଞ୍ଚଳ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମା”ମାନଙ୍କୁ ନେଇ ଏକ ସଚେତନ କରାଯାଇଥିଲା। ଜୟନଗର ସି ଏଚ ଓ ମଧୁସ୍ମିତା ମହାପାତ୍ର ଯୋଗ ଦେଇ ସରକାରଙ୍କ ଏହି କାର୍ଯ୍ୟକ୍ରମ ମା” କ୍ଷୀରର ଉପକାରିତା ତଥା ସ୍ତନ୍ୟପାନ କରାଇବାର କୌଶଳ ସମ୍ପର୍କରେ ଉପସ୍ଥିତ ମା” ସଚେତନ କରିଥିଲେ। ଏଥିରେ ସ୍ଥାନୀୟ ଆଶା କର୍ମୀ ଓ ଅଙ୍ଗନବାଡ଼ି ଦିଦି ଅଂଶ ଗ୍ରହଣ କରିଥିଲେ।ଜୀବନର ଚିରନ୍ତନ ବିକାଶର ଅୟମାରମ୍ଭ ପାଇଁ ସ୍ତନ୍ୟପାନ: ଏହି ଉପାଦେୟ ପଦକ୍ଷେପକୁ ସଶକ୍ତ କରିବା ”ସଠିକ୍ ସ୍ତନ୍ୟପାନ କରାଇବା ପାଇଁ କେତୋଟି ପରାମର୍ଶ ଜନ୍ମ ପରେ:କରନ୍ତୁ ଯଥା ଶୀଘ୍ର ୧ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ ଶିଶୁକୁ ପ୍ରଥମ ୬ ମାସ କେବଳ ମା’ କ୍ଷୀର ଖାଇବାକୁ ଦିଅନ୍ତୁ। ଚିନି ସମୟ ମଧ୍ୟରେ କୌଣସି ବାହାର ଖାଦ୍ୟ ଯଥା ଗାଈ କ୍ଷୀର, ପାଣି, ମହୁ ବା ପାଣି ଦେବା ଉଚିତ ନୁହେଁ। ସ୍ତନ୍ୟପାନ କରାଉଥୁବା ମା’ ମାନଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ମା’ କ୍ଷୀର ବଦଳରେ ଡବାକ୍ଷୀର ଓ ବୋତଲରେ ଖୁଆଇବା ଦ୍ବାରା ଶିଶୁର ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ଥାଏ ଏବଂ ଶିଶୁର ସ୍ୱାସ୍ଥ୍ୟହାନୀ ହୁଏ,ତେଣୁ ଏହି ଅଭ୍ୟାସରୁ ନିବୃତ୍ତ ରହିବା ଉଚିତ। ସ୍ତନ୍ୟପାନର ଉପକାରିତା-ମା’ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ ଯାହା ଶିଶୁର ଆବଶ୍ୟକତାକୁ ଠିକ୍ ଭାବରେ ପୂରଣ କରେ – ଶିଶୁର ମାନସିକ,ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ଠିକ୍ ହୋଇଥାଏ। ସ୍ତନ୍ୟପାନ ଯୋଗୁ ମା’ର ସ୍ତନକର୍କଟ ଓ ଗର୍ଭାଶୟ କର୍କଟ ରୋଗ ହେବା ସମ୍ଭାବନା କମ୍ ଥାଏ ଉପସ୍ଥିତ ମା”ମାନଙ୍କୁ ସଚେତନ କରାଯାଇଥିଲା।(


