ବିଶ୍ଵଭାରତୀରେ ବିଶ୍ଵ ପଖାଳ ଦିବସ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ପଶ୍ଚିମବଙ୍ଗ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ ଓଡ଼ିଆ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି।ବିଶ୍ଵଭାରତୀ ଓଡ଼ିଆ ବିଭାଗର ମୁଖ୍ୟ ପ୍ର.ସବିତା ପ୍ରଧାନ,ଅଧ୍ୟାପିକା ଡ.ପ୍ରମିଳା ପଟୁଲିଆ,ଅଧ୍ୟାପକ ଡ.ରବୀନ୍ଦ୍ର କୁମାର ଦାସ ଏବଂ ଡ.ଇନ୍ଦ୍ରମଣି ସାହୁଙ୍କ ସମେତ ବିଭାଗର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ,ଗବେଷକ ଗବେଷିକା ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଅସ୍ମିତା ର ପ୍ରତୀକ ପଖାଳ ଆତ୍ମୋ ତୃପ୍ତି ପ୍ରଦାନ କରେ ବୋଲି ମତ ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାଗତ ସଂଗୀତ,ପଖାଳକୁ ନେଇ କବିତା,ବକ୍ତବ୍ୟ ଆଦି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପଞ୍ଚାନନ,ଅପରିମିତା,ଲକ୍ଷ୍ମୀପ୍ରିୟା ଙ୍କ ନିର୍ଦ୍ଦେଶନାରେ ଦୁଇଟି ନୃତ୍ୟ ପ୍ରଦର୍ଶନ ଏବଂ ପଖାଳ କଂସା ନାମକ ଏକ ନାଟକ ଅଭିନୀତ ହୋଇଥିଲା,ଯେଉଁଥିରେ ନାଟ୍ୟକାର ଥିଲେ ବଳରାମ ପାତ୍ର। ପାଠଚକ୍ର ସମ୍ପାଦକ ଶ୍ରୀତମ କୁମାର ବାରିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମରେ ବିଭାଗର ସ୍ନାତକ,ସ୍ନାତକୋତ୍ତର ଏବଂ ପିଏଚଡିରୁ ବିବେକ,ଗୁରୁ, କିଷାନ, ଆକାଶ, ଲୋଚନ, କୃ ଷ୍ଣ, କାଶୀନାଥ,ମାମିନା,ଜଶୋଫାଇନ,ସାଇଲକ୍ଷ୍ମୀ, ଲକ୍ଷ୍ମୀପ୍ରିୟା, ସ୍ୱାଗତିକା, ମିତାରାଣୀ, ଶୁଭଲକ୍ଷ୍ମୀ,ବିଷ୍ଣୁପ୍ରିୟା, ଅର୍ପିତା,ମୋନାଲିସା,ସଞ୍ଜୟ, ଶୁଭମ,ପରମଜୟ,ରାଜା,ଓମପ୍ରକାଶ,ନରସିଂ ହ,ମୋତିଲାଲ୍,ରୋଜାଲିନ ପ୍ରଭୃତି ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।


