ଶାସଙ୍ଗ ହାଇସ୍କୁଲରେ ବିଶ୍ୱ ଫାଷ୍ଟ ଏଡ଼ ଦିବସ ପାଳିତ

ହାଟଡିହି (ଓ୍ବାଇଏନଏସ): ପଞ୍ଚାୟତ ହାଇସ୍କୁଲ ଶାସଙ୍ଗଠାରେ ବିଶ୍ୱ ଫାଷ୍ଟଏଡ଼ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ କ୍ଲାୟୀମେଟ ଚେଞ୍ଜ ଓ ଫାଷ୍ଟଏଡ଼ ଆଲୋଚନାରେ ପ୍ରଥମେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ  ମାଧବାନନ୍ଦ ଜେନା ଜନ ହେନେରି ଡୁନନାଣ୍ଟ. ୧୮୬୩ ମସିହାରେ ଜେନେଭା ସୁଇଜରଲ୍ୟାଣ୍ଡରେ ଆରମ୍ଭ କରିଥିଲେ। ଏହାର ଲକ୍ଷ୍ୟ ଓ ଆଜିର ଦିନରେ ସମସ୍ତେ ଜଳବାୟୁର ସୁରକ୍ଷା ନିମନ୍ତେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ପାଇଁ ସଚେତନତା କରାଇଥିଲେ l ସେହିପରି ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବକିଶୋର ବିଶ୍ୱାଳ, ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ଶାନ୍ତନୁ କୁମାର ରାଉତ, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଫାଷ୍ଟଏଡ଼ ଦିବସର ତାତ୍ପର୍ଯ୍ୟ  କିପରି ଦୁର୍ଘଟଣାର ମୁକାବିଲା କରି ଜୀବନ ବଞ୍ଚାଇ ହେଵ ସେ ବାବଦରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ଶିକ୍ଷା ଦେଇଥିଲେ l ଶେଷରେ ପ୍ରଧାନ ଶିକ୍ଷକ ପରର ଉପକାର କଲେ ଆତ୍ମତୃପ୍ତି ମିଳିଥାଏ,  ତେଣୁ ସବୁବେଳେ ଦୁର୍ଘଟଣାରେ ପୀଡିତ ମାନଙ୍କୁ ଫାଷ୍ଟଏଡ଼ ସେବା ଯୋଗାଇ ପାରିବ ତାର କୌଶଳ ଶିକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ସେଥିପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଫାଷ୍ଟଏଡ ଦିବସ ପାଳନ କରାଯିବାର ବ୍ୟବସ୍ଥା ରହିଛି l କର୍ମଚାରୀ ସତ୍ୟବ୍ରତ ବିଶ୍ୱାଳ ପର୍ଶୁରାମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ