ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଶ୍ୱ କବିତା ଦିବସ
ହାଟଡିହି (ଓ୍ବାଇଏନଏସ): ହାଟଡିହି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି। ସାହିତ୍ୟ ଘରର ବରିଷ୍ଠ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆବାହକ କିଶୋର ଆଚାର୍ଯ୍ୟ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ପରିଡା, ସହ ସମ୍ପାଦକ ନାରାୟଣ ସାହୁ, ମୁରଲୀଧର ବେହେରା, ନୀଳମଣି ବାରିକ, ଯୁବରାଜ ବିଶ୍ୱାଳ, ଅନନ୍ତ ଚରଣ ମୁଦୁଲି, ହେମନ୍ତ କୁମାର ନାୟକ, ଅଭୟ କୁମାର ସାମଲ, ହରିହର ସାମଲ ପ୍ରମୁଖ ଯୋଗଦେଇ ବିଶ୍ୱ କବିତା ଦିବସ ଉପରେ ନିଜ ନିଜର ମତ ରଖିଥିଲେ। କବିତା ମଣିଷକୁ ସୁଧାରିବା ସହିତ ଜଗତକୁ ସୁଧାରିଦେବାର କ୍ଷମତା ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ କବି ମାନେ ସ୍ଵରଚିତ କବିତା ମାନ ଆବୃତ୍ତି କରିଥିଲେ। ସାମ୍ବାଦିକ ପାର୍ଥ ସୌରଭ ସା, ପର୍ଶୁରାମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


