ନୂଆପଡାରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ

ବୋଡେ଼ନ,(ଡୋଲେଶ୍ଵର ବାଗ):ନୂଆପଡା ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଆଲୋକ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର ଯୋଗ ଦେଇଥିଲେ। ଡଃ ନାୟକ ସ୍ଵାଗତ ସମ୍ଭାଷଣ ସହିତ ପଶୁ ପାଳକ ଚାଷୀ ମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁମୁଖି ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ଅତିଥି ମାନେ ପ୍ରାଣୀକୁଳ ମାନବ ସମାଜର ଏକ ଅପରିହାର୍ଯ୍ୟ ଅଙ୍ଗ ଏବଂ ଏହି ମୂକ ପ୍ରାଣୀ ମାନଙ୍କ ଯତ୍ନ ନେବା ଆମ ନୈତିକ କର୍ତ୍ତବ୍ୟ ବୋଲି କହିଥିଲେ । ସମନ୍ୱିତ ଚାଷ ପ୍ରଣାଳୀ ଅନୁସରଣ କଲେ ଜଣେ ଚାଷୀ ନିଶ୍ଚିତ ଭାବରେ ଲାଭବାନ ହେବ ବୋଲି ସେମାନେ କହିଥିଲେ। ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡା ଜିଲ୍ଲାରେ ପ୍ରାଣୀ ସମ୍ପଦ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ