ଯାଦବ ଜିଲ୍ଲା ମହାସଭାର ନୂଆଖାଇ ଭେଟଘାଟ

କୋକସରା,(ଗଣେଶ କୁମାର ଭାଟି): ଧର୍ମଗଡ଼ ବ୍ଳକ ତରାପୁର ମହାଭାରତ ପଡ଼ିଆଠାରେ ରବିବାର ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ପ୍ରଥମେ କୂଳ ଦେବତା ଯଦୁପତୀ ଶ୍ରୀକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଥିଲା। ଏହାପରେ ସାମୁହିକ ନବାର୍ଣ୍ଣ ଭକ୍ଷଣ କରାଯାଇଥିଲା। ପରେ ପରସ୍ପର ମଧ୍ୟରେ ନୂଆଖାଇ ଜୁହାର ଜଣେଇବା ସହ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭାର କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଟିକଚନ ନାଗ, ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ, ତରାପୁର ଆଞ୍ଚଳିକ ସଭାପତି ଶତ୍ରୁଘନ ଲହଜଳ, ଧର୍ମଗଡ଼ ଯାଦବ ଜିଲ୍ଲା ସମ୍ପାଦକ କିଶୋର ହଂସ, ଈଶ୍ୱର ଗୋପାଳ, ଟିକମନ ବାରିକ, ଅଭିମନ୍ୟୁ ବାଗ, ସୁରେଶ ଭଇଁସାଲ, ପ୍ରେମାନନ୍ଦ ଘି, ଅନିରୁଦ୍ଧ ଲହଜଳ, ପ୍ରଣବ ଭଇଁସାଲ, ବିଶ୍ୱନାଥ ବଗର୍ତ୍ତୀ, ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, ସଂଗୀତା ଖର୍ଲେସ, ଗୋରାଙ୍ଗ ଭଇଁସାଲ, ଜଗଦୀଶ ନାଗ, ଗୋବିନ୍ଦ ଲହଜଳ, ଡିଙ୍ଗର ବରିହା, କୌଶିକ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷା, ରାଜନୈତିକ, ଅର୍ଥନୈତିକ, ସାଂଗଠନିକ, ସମାଜ ସଂସ୍କାର, ଆଦି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରେ ଧର୍ମଗଡ଼ ବ୍ଳକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା। ସଭାପତି ଭାବରେ ଏକାଦଶୀ ଗୋପାଳ, ଉପସଭାପତି ସୁରେଶ ଭଏଁଷାଲ, ବୈବସୁତ ଭଏଁଷାଲ, କାର୍ଯ୍ୟକାରୀ ସଭାପତି ଜଗଦୀଶ ଚନ୍ଦ୍ର ନାଗ, ସମ୍ପାଦକ ଗୌରଚନ୍ଦ୍ର ବାଗ, ସହ ସମ୍ପାଦକ ବଦ୍ରିନାଥ ଗୋପାଳ, କୋଷାଧ୍ୟକ୍ଷ ଅଭିରାମ ଗୋପାଳ, ଯୁବ ସଭାପତି ପ୍ରଣବ କୁମାର ଭଏଁଷାଲ, ଯୁବ ସମ୍ପାଦକ ନିର୍ମଳ ଗୋପାଳ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଏହି କ୍ରମରେ ତରାପୁର ଆଞ୍ଚଳିକ ସଭାପତି ଶତୃଘନ ଲହଜଲଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ବିରଷ୍ଠ ସାମ୍ବାଦିକ ଖଗେଶ୍ବର ଧଙ୍ଗଡାମାଝୀ, ସାମ୍ବାଦିକ ଜଗଦୀଶ ନାଏକ, ରୋହିତ ବାଗ, ହିରଣ୍ୟ ବେହେରା, ଧନେଶ୍ଵର ପୁଞ୍ଜି ଓ ଦୁଷ୍ମନ୍ତ ଗହୀର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୋବିନ୍ଦ ଲହଜଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡମ୍ବରୁ ଲହଜଳ ଉଦେଶ୍ୟ ଜ୍ଞାପନ କରିଥିବାବେଳେ ଚନ୍ଦ୍ରଧ୍ଵଜ ବାଗ ମଞ୍ଚ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ