ଚାଚତେଇ ସମାଜ ସେବା ସଙ୍ଗଠନର ଯୋଗ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଅଧିନ ତେଲନଟି ଗ୍ରାମରେ ଚାଚତେଇ ସମାଜ ସେବା ସଂଗଠନ ଆନୁକୂଲ୍ୟରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଶିବିର କମିଟିର ସଭାପତି ଜୟଦେଵ ସାହୁ ଓ ସମସ୍ତ ସଦସ୍ୟଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଭଦ୍ରକ ଜିଲା ଭାରତ ସ୍ଵାଭିମାନ ପ୍ରଭାରୀ ତଥା ଯୋଗ ଗୁରୁ ଧରଣୀଧର କର, ଯୋଗ ଶିକ୍ଷକ ମଳୟ ରାଉଳ, ସନ୍ତୋଷ ସାହୁ, ଆଶାରାଣୀ ମୁଦୁଲୀ, ଆରତି ପାଣିଗ୍ରାହୀ, ସନ୍ଧ୍ୟାରାଣୀ ପଣ୍ଡା ,ସଂଜୟ ପାଣିଗ୍ରାହୀ, ସନ୍ତୋଷ ପଣ୍ଡା, ମଦନ କଟୁଆଳ ପ୍ରମୁଖ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଚାଚତେଇ ସମାଜ ସେବା ସଂଗଠନ ପକ୍ଷରୁ ଉପସ୍ଥିତ ନୂତନ ଯୋଗ ଶିକ୍ଷକ ପ୍ରିୟଙ୍କା ନାୟକ, ନିତିସ୍ମିତା ବେହେରା,ସୁମିତ୍ରା ଦାଶ, ପ୍ରତିମା ନାୟକ, ଯାଜ୍ଞସେନୀ ବାରିକ, ମିତାରାଣୀ ମହାଳିକ, ବିଦ୍ୟୁତ୍ ପ୍ରଭା ଜେନା, ସୁମତି ସେଠୀ , ତରଙ୍ଗବାଳା ବେହେରା, ସଂଗଠନର ସମ୍ପାଦକ ସୁଦର୍ଶନଙ୍କ ଜେନା ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ୩୦ରୁ ଉର୍ଦ୍ଧ ଲୋକ ଯୋଗ ଶିକ୍ଷା ଗ୍ରହଣ କରିଥିଲେ।


