ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବ୍ରହ୍ମପୁର ପୁଲିସ ଜିଲା ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରି ଗ୍ରାମ ଉଷାକୋଠୀ ସାହିର ବି.ରାମଚନ୍ଦ୍ର ପାତ୍ର ଓରଫ ଟୁଲୁ ନାମକ ଜଣେ ଯୁବକଙ୍କୁ ଘର ବାରଣ୍ଡା ର ଶୋଇଥିବା ଅବସ୍ଥାରେ ନିର୍ମମ ଭାବେ ହତ୍ୟା କରାଯାଇଛି।ରବିବାର ଭୋର ପ୍ରାୟ ୪ ଟାରେ  ଏହି ହତ୍ୟାକାଣ୍ଡ ଘଟିଛି।ଟୁଲୁ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨ ଟା ରେ ଲାଇନ କଟି ଯାଇଥିଲା।ଗରମ ଯୋଗୁଁ ସେ  ଘର ବାରଣ୍ଡା ରେ ଶୋଇଥିଲେ।ରବିବାର ରାତିରେ ଟୁଲୁ ଙ୍କ ଘର ସମ୍ମୁଖରେ ରହୁଥିବା କେ. ସନ୍ତୋଷ ପାତ୍ର ଓରଫ ଗୁରଖା  ସହ ଟୁଲୁ ଙ୍କ ବଚସା ହେବା ସହ ଠେଲାପେଲା ହୋଇଥିଲା। ସନ୍ତୋଷ ର ମା ଙ୍କ ଆଙ୍ଗୁଠି ଘର ଗ୍ରିଲ୍ ରେ ଚାପି ହୋଇ ମାଡ଼ ହୋଇଥିଲା।  ସନ୍ତୋଷ ର ମା ଓ ସମ୍ପର୍କୀୟ ଲୋକେ ଉଭୟଙ୍କୁ ବୁଝା ଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଭୋର ରେ ସନ୍ତୋଷ ନିଦରୁ ଉଠି ଘର ବାହାରକୁ ଆସିବାପରେ ଟୁଲୁ ତାଙ୍କ ଘର ବାରଣ୍ଡା ରେ ଶୋଇଥିବା ଦେଖିଥିଲା।ରାତିର ଘଟଣାରେ ସେ ପ୍ରତିଶୋଧ ପରାୟଣ ହୋଇ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଏକ ଠେଙ୍ଗା ରେ ଟୁଲୁ ଙ୍କ ମୁଣ୍ଡ କୁ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ରକ୍ତ ଭିଜା ଠେଙ୍ଗା କୁ ସେ ନିକଟସ୍ଥ ଡ୍ରେନ ରେ ଫୋପାଡି ଗାଁ ରୁ ଦିଗପହଣ୍ଡି ପଳାଇଥିଲେ।ସେଠାରୁ ବସ ଯୋଗେ ଫେରାର ହେବାପାଇଁ ଉଦ୍ୟମ କରିବା ବେଳେ ପୁଲିସ ଟିମ୍ ତାକୁ ମାଡିବସି ଥାନାକୁ ଉଠାଇ ନେଇଥିଲେ। ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ, ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଗ୍ରାମରେ  ପହଞ୍ଚି ବ୍ରହ୍ମପୁର ରୁ ଆସିଥିବା ପୁଲିସ ସାଇଣ୍ଟିିଫିକ ଟିମ୍ ଓ ଡ଼ଗ୍ ସ୍କୁୱାର୍ଡ ସହାୟତା ରେ ସରଜମିନ ତଦନ୍ତ କରି ଫେରିଥିଲେ। ଟୁଲୁ ଙ୍କ ଭଉଣୀ ଜି.ସୁନୀତା ପାତ୍ର ଏନେଇ ଏତଲା ଦେବା ପରେ ଥାନା ମାମଲା ନଂ.୨୩୬/୨୫ ଅନୁଯାୟୀ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶ ମଧ୍ୟରେ ସନ୍ଧ୍ୟା ରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସନ୍ଧ୍ୟାରେ ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ ଭୀଷ୍ମଗିରି ଗ୍ରାମରେ ପହଞ୍ଚି  ଘଟଣାସ୍ଥଳ ପରିଦର୍ଶନ କରିବା ସହ ଥାନାରେ ଅଟକ ଅଭିଯୁକ୍ତ କୁ ପଚରା ଉଚୁରା କରି ଫେରିଛନ୍ତି। ଭୁବନେଶ୍ୱର ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଟୁଲୁ ଗତ କିଛିଦିନ ପୂର୍ବେ ଗାଁ କୁ ଫେରିଥିଲେ।ତାଙ୍କ ସ୍ତ୍ରୀ ଓ ୨ ଟି ଝିଅ ଅଛନ୍ତି। ଗତ ଶନିବାର ଠାରୁ   ଟୁଲୁ ଏବଂ ତାଙ୍କ ସମ୍ପର୍କୀୟ ପକ୍ଷରୁ ଘରେ ଶ୍ରୀ ନୃସିଂହ ମହାପ୍ରଭୁ ଙ୍କ ଦେବତା ପୂଜା କାର୍ଯ୍ୟ ଚାଲିଥିଲା।ଘରେ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ହତ୍ୟାକାଣ୍ଡ ରେ ସମ୍ପୃକ୍ତ ସନ୍ତୋଷ ଏବଂ ତାଙ୍କ ପରିବାର ଲୋକଙ୍କୁ ଦେବତା କାର୍ଯ୍ୟ ପୂଜା ନିମନ୍ତେ ନିମନ୍ତ୍ରଣ କରାଯାଇନଥିଲା।  ରବିବାର ରାତିରେ  ସନ୍ତୋଷ  ଏନେଇ ପ୍ରତିବାଦ କରିଥିଲା।ଟୁଲୁ ଏବଂ ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା ରୁ ମାରପିଟ ଯାଏଁ କଥା ଯାଇଥିଲା।ପରେ ଉଭୟଙ୍କ ସମ୍ପର୍କୀୟ ଏବଂ ଜାତି କୁଳ ମୁଖିଆ ଙ୍କ ହସ୍ତକ୍ଷେପ ପରେ ଘଟଣା ର ଆପୋଷ ସମାଧାନ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।ହତ୍ୟାକାଣ୍ଡ ରେ ବ୍ୟବହୃତ ଠେଙ୍ଗା କୁ ପୁଲିସ  ଡ୍ରେନ ମଧ୍ୟରୁ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ସନ୍ତୋଷ କୁ ମଙ୍ଗଳବାର  କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ