ଟ୍ରକ୍ ଧକ୍କାରେ ଯୁବକ ମୃତ, ଅନ୍ୟଜଣେ ଗୁରୁତର

ପାତ୍ରପୁର,(ୱାଇଏନଏସ): ବିଶାଖାପାଟଣାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ପୁହୁଣ୍ଡି ଗ୍ରାମର କାଳିଆ ସେଠୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ସୁଦାମ ସେଠୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଉଭୟ ବିଶାଖାପାଟଣାର ଏକ କାରଖାନାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ବାଇକ୍‌ରେ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେବାରୁ ଉଭୟ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ କାଳିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁଦାମଙ୍କ ଚିକିତ୍ସା ଜାରି ରହିଛି।
ଅନ୍ୟପକ୍ଷରେ, ବାତ୍ୟାର ପ୍ରଭାବ ଯୋଗୁଁ କାଳିଆଙ୍କ ମୃତଦେହ ଏଯାଏଁ ତାଙ୍କ ଜନ୍ମମାଟି ପୁହୁଣ୍ଡି ଗ୍ରାମରେ ପହଞ୍ଚିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ