ମୁର୍ମୂଷୁ ଅବସ୍ଥାରେ ଯୁବକ ଉଦ୍ଧାର
ଚିକିଟି 1(ଦୀପ୍ତି ରଞ୍ଜନ ପାଢ଼ୀ ):କେ.ନୂଆଗାଁ ଥାନା ଟାମଣା ଘାଟି ଘାଟିମା ମନ୍ଦିର ନିକଟରେ ମୁର୍ମୁଶୁ ଅବସ୍ଥା ରେ ଯୁବକ କୁ ଉଦ୍ଧାର କରାଯାଇଛି.ଉଦ୍ଧାର ଯୁବକ ଜଣକ ହେଲେ ଗୋପାଳପୁର ର ସୌମ୍ୟ ରଞ୍ଜନ ସାବତ (32)। ସୌମ୍ୟ ଆତ୍ମୋହତ୍ୟା ପାଇଁ ଉଦ୍ୟମ କରିଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଅନୁମାନ କରିଛି।ତେବେ ତାର ବେକ ଓ ହାତ ରେ କଟା ଦାଗ ରହିଛି.ସେ ମେଡ଼ିସିନ ରିପ୍ରେଜେଣ୍ଟଟୀଭି ହୋଇଥିବା ହେତୁ ମେଡ଼ିସିନ ଓ ବାଇକ ଘଟଣା ସ୍ଥଳ ରୁ ପୋଲିସ ଜବତ କରିଛି। ଘଟଣା ହତ୍ୟା ନା ଆତ୍ମୋ ହତ୍ୟା ଅଧିକ ତଦନ୍ତ ହେଲେ ସ୍ପଷ୍ଟ ଜଣା ପଡିବ.କିନ୍ତୁ ଘାଟି ରାସ୍ତା ଫଳରେ ଅସାମାଜିକ ବ୍ୟକ୍ତି ଙ୍କ ରାହାଜାନି ଜନିତ ଆକ୍ରମଣ ହୋଇପାରେ ବୋଲି ଆଲୋଚନା ଜୋର ଧରିଛି। ଧାନଘର ଫାଣ୍ଡି ଅଧିକାରୀ ଗୌତମ କୁମାର ସାହୁ ଆହତ ସୌମ୍ୟ ଙ୍କୁ ସ୍ଥିତି ଗୁରୁତର ହେବା ରୁ ବ୍ରହ୍ମପୁର ବଡମେଡିକେଲ ପଠା ଯାଇଥିବା ସୂଚନା ଦେଇଛନ୍ତି।


