ଅଁରା ଗ୍ରାମରେ ଜମିବାଡି ବିବାଦକୁ ନେଇ ମରତ୍ନ୍‌କ ଆକ୍ରମଣ, ଜଣେ ଗୁରୁତର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରତିପକ୍ଷର ଲୋକମାନେ ପ୍ରବଳ ମାଡ ମାରିବା ସହିତ ତାଙ୍କ ମୁହଁକୁ ପଥରରେ ଛେଚି ଦେଇଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ବନଜା ବାସିନୀ ଖଣ୍ଡେଇ ନାମକ ଏହି ମହିଳା ଜଣକ କରିଥିବା ଅଭିଯୋଗରୁ ଜଣାଯାଇଛି ତାଙ୍କ ସ୍ୱାମୀ ବାଇଧର ଖଣ୍ଡେଇ ଓ ଗ୍ରାମର ରବି ମଲ୍ଲିକଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେବ ଜମିବାଡିକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା । ଏପରିକି ଗତ ୪ଦିନ ତଳେ ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ନନ୍ଦିପଦା ଥାନାରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା । ଗତକାଲି ରାତିରେ ମଲ୍ଲିକ ପରିବାର ଜଣେ ସଦସ୍ୟ ବାଇଧର ଖଣ୍ଡେଇଙ୍କ ଘର ଉପରକୁ ଟେକାପଥର ପିଙ୍ଗିଥିଲା । ଆଜି ସକାଳେ ବାଇଧର ସେ ପିଲାକୁ ଡାକି କାହିଁକି କାଲି ରାତିରେ ଟେକା ପିଙ୍ଗିଥିଲୁ ବୋଲି ପଚାରିଥିଲେ । ଏହାକୁନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମଲ୍ଲିକଙ୍କ ପରିବାର ଲୋକେ ତାଙ୍କ ସମର୍ଥକ ମାନଙ୍କୁ ଧରି ସଂଘବଦ୍ଧ ହୋଇ ବାଇଧରଙ୍କ ଉପରେ ଆକ୍ରମଣ କରିବା ସହିତ ଏକ ପଥରରେ ବାଇଧରଙ୍କ ମୁହଁକୁ ଛେଚି ଦେଇଥିଲେ । ରକ୍ତ ଯୁଡୁବୁଡୁ ଅବସ୍ଥାରେ ବାଇଧରଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ