ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିବସ

କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ କୋରାପୁଟ ଜିଲ୍ଲାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଡ଼. ଅରବିନ୍ଦ ପାଢୀ, ଭା.ପ୍ର.ସେ, ପ୍ରମୁଖ ସଚିବ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଓଡ଼ିଶା ସରକାର ଯୋଗ ଦେଇଥିଲେ। ଉପ- ଜିଲ୍ଲାପାଳ, ଜୟପୁର, ଉଦ୍ୟାନକୃଷି ଉପ-ନିର୍ଦେଶକ, କୋରାପୁଟ, ତହସିଲଦାର, ଜୟପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିବସରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୋରାପୁଟ, ଜୟପୁର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରି (କୃଷି), ଜୟପୁର ଏବଂ କୃଷି ଜିଲ୍ଲା ଅଧିକାରୀ, ଜୟପୁର, ନନ୍ଦପୁର ଓ ନାରାୟଣପାଟଣା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥୁ ଡ଼, ପାଢୀ ଚାଷୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର କରି କୃଷି କ୍ଷେତ୍ରରେ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ଭାବରେ ଗଢି ତୋଳିବାକୁ ପ୍ରେରଣା ଦେଇଥିଲେ ତତ୍ ସହିତ କୋରାପୁଟ ଜିଲ୍ଲାରେ ଖରିଫ ଋତୁରେ ଆଳୁ ଚାଷକୁ ଅଧିକ ଗୁରୁତ୍ବ ଦେବାକୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଗତ ଦିନର ତାପମାତ୍ରା ତୁଳନାରେ ବର୍ତ୍ତମାନର ପରିବର୍ତ୍ତିତ ତପମାତ୍ରାକୁ ଦୃଷ୍ଟିରେ ରଖ୍ କିପରି କୃଷି କାର୍ଯ୍ୟ ସମ୍ପାଦିତ ହୋଇ ପାରିବ ଏବଂ ସରକାରଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତି କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ଚାଷୀ କିପରି ଉପକୃତ ଏବଂ ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ମଧ୍ୟ ଚାଷୀ ମାନଙ୍କୁ ବୁଝାଇଥିଲେ । ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ଅତିଥୁବୃନ୍ଦ ନିଜ ନିଜର ବକ୍ତବ୍ୟରେ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଓ ନୂତନ ଜ୍ଞାନ କୌଶଳ ଗ୍ରହଣ କରି କିପରି ସହଜରେ କୃଷି କାର୍ଯ୍ୟ ହୋଇପାରିବ ଏବଂ ଅଧିକ ଉତ୍ପାଦନ କରିପାରିବେ ସେ ସମ୍ପର୍କରେ ଚାଷୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଏହି ସଭାରେ ଜିଲ୍ଲାର ୧୧ ଜଣ ଅଗ୍ରଣୀ ସଫଳ ଚାଷୀଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଏହି ମେଳାରେ ଚାଷୀ ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ବାରା କୃଷି ଏବଂ ଆନୁଷଙ୍ଗିକ କୃଷି ପ୍ରସଙ୍ଗରେ ୨୦୦ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ଓ ଓଲିଉଡ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ସଙ୍ଗୀତା ପାଢୀ ଏବଂ ସାଗର ତ୍ରିପାଠୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣକୁ ଦର୍ଶକ ମନ‌ଭରି ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ