ଆରଡ଼ି ରାସ୍ତାର ଦୂରାବସ୍ଥା ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲା ଜିଲ୍ଲା କଂଗ୍ରେସ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଧାମ ପର୍ଯ୍ୟନ୍ତ ଭଦ୍ରକ ଆରଡ଼ି ରାଜ୍ୟ ରାଜପଥ ରାଜ୍ୟର ଏକ ପ୍ରମୁଖ ବ୍ୟସ୍ତବହୁଳ ସଡ଼କ ପଥ | କେବଳ ରାଜ୍ୟର ନୁହଁ ବରଂ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏହି ପୀଠକୁ ଆସିଥା’ନ୍ତି I ଜିଲ୍ଲା ସଦର ମହକୁମା ସହିତ ସିଧା ସଳଖ ଯୋଡ଼ି ହେଇଥିବାରୁ ଏହି ସଡକ ଉପରେ ଏ ଅଞ୍ଚଳର କୃଷକ, ଛାତ୍ର, କର୍ମଜୀବୀ ବ୍ୟବସାୟୀ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ନିର୍ଭର କରିଥା’ନ୍ତି । ହେଲେ ଏହି ରାସ୍ତା ୩ ବର୍ଷ ହେଲା ମରଣ ଯନ୍ତା ପାଲଟିଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଏବେ ଏହି ରାସ୍ତାରେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ରାସ୍ତା ମରାମତି ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ଅଭିଷେକ ରାଉତ, ପୂର୍ବତନ ନିର୍ବାଚନ ମଣ୍ଡଳୀ ନେତା ଡ଼କ୍ଟର ବିଦ୍ୟାଧର ଜେନା, ପୂର୍ବତନ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ହୃଦାନନ୍ଦ ସେଠୀ, ନିମାଇଁ ଜେନା, ପ୍ରଦୀପ୍ତ କିଶୋର ଦାସ, ଗୋପୀନାଥ ଜେନା ଓ କଂଗ୍ରେସ ଆଗଧାଡ଼ିର ବହୁ ନେତା।

 
             
						 
						 
						 
						 
						 
						
