କୁଚିଣ୍ଡା ଦମକଳ ବାହିନୀ ପକ୍ଷରୁ କଡା ସୁରକ୍ଷା

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ହୋଲି ପାଇଁ ଅଘଟଣ ରୋକିବା ଉଦ୍ଦେଶ୍ୟ ନେଇ କୁଚିଣ୍ଡା ଝୁଲେନ ପୋଲ ସମେତ ବିଭିନ୍ନ ସ୍ଥାନରେ ଦମକଲ ବାହିନୀ ମୁତୟନ ରହିଥିଲେ। ହୋଲି ଖେଳି ସାରିବା ପରେ ଲୋକ ମାନେ ଗାଧୋଇବା ପାଇଁ ବିଭିନ୍ନ ଜଳାଶୟ କୁ ଯାଇ ଅଘଟଣ ର ଶିକାର ହେଉ ଥିବା ବେଳେ ଶନିବାର ଦିନ ହୋଲି ରେ ଅଘଟଣ ରୋକିବା ଉଦ୍ଦେଶ୍ୟ ନେଇ କୁଚିଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଝୁଲେନ ପୋଲ ଓ ସଇଡ଼ା ନଦୀ ଘାଟ ସମେତ ବିଭିନ୍ନ ସ୍ଥାନ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବା କୁ ମିଳିଛି। ଶନିବାର ଦିନ ତମାମ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ବିଭିନ୍ନ ଜଳାଶୟ ଭେଡେନ ନଦୀ ଏବଂ ଖର୍ଲା ନଦୀ କୂଳରେ ରେ ଜଗି ବସିଥିବା ଦେଖାଯାଇଥିଲା । ସୁରକ୍ଷା ବ୍ୟବସ୍ଥା କୁ ନେଇ ଅଗ୍ନିଶମ ଅଧିକାରୀ ଜୀବନ ପ୍ରତାପ ଟୋପ୍ପୋ ସୂଚନା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ