ଖେମୁଣ୍ଡି କଲେଜ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସର ୪ ଦୋକାନ ତାଲା ଭାଙ୍ଗି ଚୋରି 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳରେ କ୍ରମାଗତ ଭାବେ ଚୋରି ବଢ଼ି ଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଖେମୁଣ୍ଡି କଲେଜ ସାମ୍ନା  ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସ ରେ ଥିବା ୪ ଦୋକାନ ର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ମୂଲ୍ୟବାନ ସାମଗ୍ରୀ,ଲାପଟପ୍ ଏବଂ ପ୍ରାୟ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି।ଦିଗପହଣ୍ଡି ଥାନା  ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହ କମ୍ପ୍ଲେକ୍ସରେ ଥିବା ସିସିଟିଭି ହାର୍ଡ ଡିସ୍କ ଥାନାକୁ ନେଇ ଛାନ୍ ଭିନ୍ ଚଳାଇଛନ୍ତି। ଏନେଇ ଥାନାରେ ଏତଲା ହୋଇଛି। ମାର୍କେଟ କମ୍ପ୍ଲେକ୍ସରେ ଥିବା ସନିଆ ଡାକୁଆଙ୍କ ସେଲୁନ,ଦନାର୍ଦ୍ଦନ ନାୟକଙ୍କ ଟିଫିନ୍ ହୋଟେଲ ,ଅଜୟ ପ୍ରଧାନ ଓ ସୁମିତ ପଟ୍ଟନାୟକଙ୍କ ବେକେରୀ ଏବଂ ମନୋରଞ୍ଜନ ରାଉତଙ୍କ କୋଲ୍ଡ ବାର୍ର  ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଲୁଟ୍ ପାଟ କରିଛନ୍ତି। ସୁମିଙ୍କ ଲାପଟପ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି। ସେହିପରି ମନୋରଞ୍ଜନଙ୍କ ଦୋକାନ ରୁ ବହୁ ପରିମାଣର ଖାଦ୍ୟ ସାମଗ୍ରୀ ସମେତ ୮ ହଜାର ଟଙ୍କା।ସନିଆଙ୍କ ସେଲୁନ୍ ରୁ ୭ ହଜାର ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ସମେତ ଅନ୍ୟାନ୍ୟ ଦୋକାନ ରୁ ଟଙ୍କା ପଇସା ଲୁଟ ହୋଇଥିବା ଅଭିଯୋଗ ହୋଇଛି।ମାର୍କେଟ କମ୍ପ୍ଲେକ୍ସ ରେ ଲଗା ଯାଇଥିବା ସମସ୍ତ ସିସିଟିଭି କ୍ୟାମେରା ଗୁଡ଼ିକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି। ମାର୍କେଟ କମ୍ପ୍ଲେକ୍ସ ପଛ ପଟେ ଦୁର୍ବୃତ୍ତ ମାନେ  କିଛି  ସାମଗ୍ରୀ ଫୋପାଡି ଫେରାର ହୋଇଯାଇଛନ୍ତି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ