ଡ଼ିସେମ୍ବର ୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ

ପୁରୀ (ୱାଇ ଏନ ଏସ):ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟି ରେ ରଖାଯାଇ ଶ୍ରୀ ମନ୍ଦିର ରେ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଶ୍ରୀ ଛତିଶା ନିଯୋଗ ବୈଠକ ରେ ଆଲୋଚୋନା ହୋଇଛି। ପୁରୀ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଛତିଶା ନିଯୋଗ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନ ରେ ଏ ଏସ ଆଇ ପକ୍ଷରୁ ରତ୍ନ ଭଣ୍ଡାର ମରାମତି ଆରମ୍ଭ ହେବାକୁ ଥିବା ବେଳେ କେଉଁ ସମୟ ରେ ଏ ଏସ ଆଇ କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ସେ ନେଇ ଆଲୋଚୋନା ହୋଇଥିଲା। ତେବେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ ପାଇଁ ଶ୍ରୀ ମନ୍ଦିର ନୀତି ପ୍ରଶାସକ ଏବଂ ଶ୍ରୀ ମନ୍ଦିର କମାଣ୍ଡର ଙ୍କୁ ନେଇ ଏକ ଦୁଇ ଜଣିଆ କମିଟି ଗଠନ ହୋଇଛି।ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଆସନ୍ତା ଡିସେମ୍ବର ୪ତାରିଖ ରେ ରାଷ୍ଟ୍ରପତି ପୁରୀ ଗସ୍ତ ରେ ଆସିବେ। ଏହି ଅବସର ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତି ଙ୍କ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଆମେ ଶ୍ରୀ ମନ୍ଦିର ଛତିଶା ନିଯୋଗ ସହିତ ଆଲୋଚୋନା କଲୁ। କିଭଳି ନୀତି ପରିଚାଳନା ହେବ ସେ ନେଇ ଆଲୋଚୋନା ହେଲା। ସେହିପରି ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ ମଧ୍ୟ ଆଲୋଚୋନା ହେଲା। ରତ୍ନ ଭଣ୍ଡାର ମରାମତି କୁ ନେଇ କିଭଳି ମହାପ୍ରଭୁ ଙ୍କ ସେବା ପୂଜା ରେ ବାଧା ନ ଉପୁଜିବ ଓ ଭକ୍ତ ଙ୍କ ଦର୍ଶନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ନ ହେବ ସେ ନେଇ ମଧ୍ୟ ଆଲୋଚୋନା ହେଲା। ଏହି ପ୍ରସଙ୍ଗ ରେ ଏକ ଦୁଇ ଜଣିଆ କମିଟି ଗଠନ ହୋଇଛି। ଶ୍ରୀ ମନ୍ଦିର ନୀତି ପ୍ରଶାସକ ଓ ଶ୍ରୀ ମନ୍ଦିର କମାଣ୍ଡର ଙ୍କୁ ନେଇ ଏହି ଦୁଇ ଜଣିଆ କମିଟି ଗଠନ ହୋଇଛି। ଏହି କମିଟି କିଭଳି ମହାପ୍ରଭୁଙ୍କ ନୀତି କାନ୍ତି ରତ୍ନ ଭଣ୍ଡାର ମରାମତି ସମୟ ରେ ଅସୁବିଧା ନ ହେବ ତାହା କମିଟି ଧ୍ୟାନ ରଖିବ। ରତ୍ନ ଭଣ୍ଡାର ମରାମତି ନେଇ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଶ୍ରୀ ମନ୍ଦିର ପ୍ରଶାସନ କୁ ଦେବେ। ଏହାକୁ ନେଇ ଏ ଏସ ଆଇ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ। ତେବେ ରାଷ୍ଟ୍ରପତି ଶ୍ରୀ ମନ୍ଦିର ଗସ୍ତ ଦିନ ସକାଳ ୮ ତା ୪୫ ରେ ଶ୍ରୀ ମନ୍ଦିର କୁ ଶୋଦ୍ଧ କରାଯିବ। ଦିନ ୧୦ ଟା ୧୫ ରୁ ୧୦ ଟା୪୦ ଯାଏ ରାଷ୍ଟ୍ରପତି ମହାପ୍ରଭୁ ଙ୍କ ଦର୍ଶନ କରିବା ନେଇ ସମୟ ନିର୍ଦ୍ଧାରିତ ହୋଇଛି। ମହାପ୍ରଭୁଙ୍କୁ ରାଷ୍ଟ୍ରପତି ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ସାଧାରଣ ନୀତି କାନ୍ତି ଅନୁଷ୍ଠିତ ହେବ । ମାରମହିମ ରାଷ୍ଟ୍ରପତି ମହାପ୍ରଭୁ ଙ୍କୁ ଦର୍ଶନ କରିବାର କିଛି ସମୟ ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ କରାଯିବ।
ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି , ମହାମହିମ ରାଷ୍ଟ୍ରପତି ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଆସୁଥିବାରୁ ଆସନ୍ତା ଡ଼ିସେମ୍ବର ୪ତାରିଖ ଦିନ ସକାଳ ୮ଟା ୪୫ ଭକ୍ତ ଙ୍କୁ ମନ୍ଦିର ରୁ ଖାଲି କରାଯାଇ ମନ୍ଦିର କୁ ଶୋଦ୍ଧ କରାଯିବ। ସକାଳ ୫ ଟା ରୁ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହେବ। ତେବେ ପ୍ରଶାସନ ପକ୍ଷରୁ ଯେଉଁ ସେବାୟତ ଙ୍କୁ ପାସ ଦିଆଯାଇଥିବ ସେହି ସେବାୟତ ଙ୍କୁ ଶ୍ରୀ ମନ୍ଦିର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ରାଷ୍ଟ୍ରପତି ଙ୍କ ସହ ତାଙ୍କ କୌଳିକ ପଣ୍ଡା ଉପସ୍ଥିତ ରହିବେ। ତେବେ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁ ଙ୍କ ସମ୍ପତି ର ସୁରକ୍ଷା ନେଇ ମଧ୍ୟ ଛତିଶା ନିଯୋଗରେ ସେବାୟତ ମାନେ ପୁରୀ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ତେବେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ଅନେକ କାର୍ଯ୍ୟ ବାକି ରହିଛି। ଶ୍ରୀ ମନ୍ଦିର ସିଂହ ଦ୍ଵାର ପଟେ ଶୌଚାଳୟ ନ ଥିବାରୁ ଭକ୍ତ ବେଶ୍ ଅସୁବିଧା ଭୋଗୁଛନ୍ତି। ତେବେ ଏହାକୁ ସରକାର ସମାଧାନ କରନ୍ତୁ ବୋଲି ଜିଲ୍ଲାପାଳ ଙ୍କ ନିକଟ ରେ ସେବାୟତ ମାନେ ଦାବି ଜଣାଇଥିଲେ। ତେବେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ର ଉନ୍ନତି ଓ ରତ୍ନ ଭଣ୍ଡାର ର ମରାମତି କାର୍ଯ୍ୟ ପାଈଁ ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥା କରିଥିବାରୁ ଆମେ ଏହାକୁ ସ୍ଵାଗତ କରୁଚୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ