ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବୁଥ ବିଜୟ ସମ୍ମିଳନୀର ଶୁଭାରମ୍ଭ

ନିମାପଡ଼ା,( ସନ୍ତୋଷ ଦାଶ) ବିଜେପି ଗୋପ ମଣ୍ଡଳ ସଂଗଠନ ତରଫରୁ କୁଶୁପୁର ସ୍ଥିତ କଲ୍ୟାଣ ମଣ୍ଡପ ରେ ଆୟୋଜିତ ମଣ୍ଡଳର “ବୁଥ୍ ବିଜୟ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି।ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ,ପୁର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁଙ୍କ ନେତୃତ୍ବରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ରୂପେ ତ୍ରିପୁରା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀ ବିପ୍ଳବ କୁମାର ଦେବଙ୍କ ସହ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀନୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ । ଆମନ୍ତ୍ରିତ ବୁଥ କାର୍ଯ୍ୟକର୍ତ୍ତା ଙ୍କୁ ଏଥିରେ ଉଦବୋଧନ ଦେଇ କିପରି ନିଜ ବୁଥ ରେ ଅଧିକ ଭୋଟ ଇଭିମ୍ ରେ ଭାଜପା ର ଦଳୀୟ ଚିହ୍ନ ପଦ୍ମ କୁ ଆସିବ ସେନେଇ ଗୁରୁ ମନ୍ତ୍ର ଦେଇଥିଲେ। ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରେଇ ଏଥିରେ ଯୋଗ ଦେଇ ବୁଥ ଏଜେଣ୍ଟ ଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଏବଂ ଦାୟିତ୍ଵ ବିଷୟରେ ସମ୍ୟେକ୍ ସୂଚନା ଦେଇଥିବା ବେଳେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ କିପରି ଚଳିତ ନିର୍ବାଚନ ରେ ଏକ ଲକ୍ଷ ଭୋଟ ହାସଲ କରିବେ ତାର ଖସଡ଼ା ପ୍ରସ୍ତୁତ କରି ବିସ୍ତୃତ ରଣକୌଶଳ ପ୍ରଦାନ କରିଥିଲେ। ବିଜେପି ଦ୍ବାରା ସଂକଳିତ ପ୍ରତିଶ୍ରୁତି ପତ୍ର ଘରେ ଘରେ କିପରି ପହଞ୍ଚିବ ସେ ନେଇ ନିଜ କର୍ମୀଙ୍କୁ ନିବେଦନ କରିବାକୁ ଯାଇ ଜିଲ୍ଲାର ୧୧ ନଂ ଜୋନ ଜିଲ୍ଲାପରିଷଦ ପ୍ରମୋଦ କୁମାର ରାୟ ନିଜ ବକ୍ତବ୍ୟରେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବୁଥ ସଭାପତି ଙ୍କ ସମେତ ବୁଥ ର ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା, ପଞ୍ଚାୟତର ତ୍ରିଦେବ ମାନେ ଯୋଗ ଦେଇ ଏଥର ଉଭୟ ସାଂସଦ ଏବଂ ବିଧାୟିକା ପ୍ରାର୍ଥୀଙ୍କୁ ପ୍ରତ୍ୟେକ ବୁଥ ରେ ଅନ୍ତତଃ ୫୧% ଭୋଟ ହାସଲ ପାଇଁ ସଙ୍କଳ୍ପ ନେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ପ୍ରଭାରୀ ପବିତ୍ର ମୋହନ ଦାସ, ନିମାପଡ଼ା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରତିକାନ୍ତ ବେହେରା, ନୂତନ ଭାବେ ବିଜେଡ଼ି, କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ବରିଷ୍ଠ ନେତା ସୁଧୀର ମହାନ୍ତି, ଅଶ୍ଵିନୀ ପଟ୍ଟନାୟକ, ରବୀନ୍ଦ୍ର ନାୟକ,ମଣ୍ଡଳ ସଭାପତି ରାଜକିଶୋର ନାୟକ, ବିଜୟ ନାୟକ, ଶିବପ୍ରସାଦ ସ୍ବାଇଁ ଙ୍କ ସମେତ ବିଭିନ୍ନ ମୋର୍ଚ୍ଚାର ସଭପତି ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏଥି ସହିତ ନିମାପଡ଼ା ର ଗ୍ରୀନ ଲ୍ୟାଣ୍ଡ କଲ୍ୟାଣ ମଣ୍ଡପ ଓ ତୁଳସୀପୁର ସ୍ଥିତ ଜୟ ଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ମଧ୍ୟ ଶ୍ରୀ ବିପ୍ଲବ ଯୋଗ ଦେଇ ବୁଥ ବିଜୟ ସମ୍ମିଳନୀ ର ଉଦଘାଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ