ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣ ସମ୍ପର୍କୀତ ପ୍ରଶିକ୍ଷଣ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି):ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲା ପରିଷଦ ଭଦ୍ରକ ଆୟୋଜନରେ ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣ ସମ୍ପର୍କିତ ୨ ଦିବସୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି । ଏପିଡି ରୂପାଲି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବିଡିଓ ପ୍ରଦୀପ କୁମାର ସେଠୀ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଯୋଗଦେଇ ସମାଜକୁ ଦୀର୍ଘ ସ୍ଥାୟୀ ବିକାଶ ପଥରେ ଆଗେଇ ନେବା ଏବଂ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ନେଇ ସରପଞ୍ଚ, ଅଙ୍ଗନୱାଡି, ଆଶାକର୍ମୀ ଓ ସିଆର୍ପି ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ପରିମଳ ବିଭାଗର ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଅଙ୍ଗନୱାଡି, ଆଶାକର୍ମୀ ଓ ସିଆର୍ପି ମାନେ ଯୋଗ ଦେଇଥିଲେ ।