ଦୁର୍ଘଟଣାରୁ ବର୍ତ୍ତିଲେ ୪୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗଛକୁ ପିଟିଲା ଯାତ୍ରୀବାହୀ ବସ୍

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଛକୁ ପିଟିଲା ଯାତ୍ରୀବାହୀ ବସ୍ ଦୁର୍ଘଟଣା ରୁ ବାର୍ତିଲେ ଯାତ୍ରୀ ।ସୋମବାର ସକାଳୁ ଏକ ଯାତ୍ରୀବାହୀ ବସ୍ ପାଟପୁର ଥାନା ଅନ୍ତର୍ଗତ ଟି . ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ବସରେ ଯାତ୍ରା କରୁଥିବା ୪୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି। ଖବରପ୍ରକାରେ , ଗଜପତି ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ପଦ୍ମାଳୟା ନାମକ ବସ୍ ( ଓଡି ୦୭ କେ-୮୯୫୬)ତପ୍ତପାଣି ଘାଟି ତଳେ ଥିବା ମା’ କନ୍ଧୁଣି ଦେବୀଙ୍କ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି । ଖବରପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ଏସ ଆଇ ପରମେଶ୍ବର ମଲ୍ଲିକ ଙ୍କ ସହ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ