ନାମ ସଂକୀର୍ତ୍ତନ ରେ କମ୍ପୁଛି ଗାଁ ଦାଣ୍ଡ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ପବିତ୍ର କାର୍ତ୍ତିକ ମାସରେ ପଞ୍ଚୁକ ବ୍ରତ ଚାଲିଛି। ଏଥିଲାଗି ଶେରଗଡ ସହର ତଥା ଏହାର ଆଖପାଖ ଗ୍ରାମାଞ୍ଚଳର ପରିବେଶ ଆଧ୍ୟାତ୍ମିକ ମୟ ସାଙ୍ଗକୁ ଉତ୍ସବ ମୁଖର ହୋଇ ଉଠିଛି। ଶେରଗଡ ସହର ସ୍ଥିତ ହନୁମାନ ମନ୍ଦିର ପରିସରରେ ଶେରଗଡ ଗ୍ରାମବାସୀ ଙ୍କ ପକ୍ଷରୁ 56 ପ୍ରହର ନାମଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ଗତ ଗୁରୁବାର ସନ୍ଧ୍ୟାରେ ଅଧିବାସ ହୋଈଥିବା ବେଳେ ଶୁକ୍ରବାର ସକାଳୁ ନାମଯଜ୍ଞ ଆରମ୍ଭ ହୋଈଥିଲା। ପୂର୍ଣ୍ଣିମା ଦିନ ସକାଳେ ନାମଯଜ୍ଞ ଉଦଯାପିତ ହେବ। ଶେରଗଡ ସହରବାସୀ ଙ୍କ ପକ୍ଷରୁ ସହର ରେ ସହର ରେ ଶାନ୍ତି ପ୍ରତିଷ୍ଠା ଲାଗି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହନୁମାନ ମନ୍ଦିର ଠାରେ 56 ପ୍ରହର ନାମଯଜ୍ଞ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହି ନାମଯଜ୍ଞ ରେ ଆଖପାଖ ଗ୍ରାମର ନାମ ସଂକୀର୍ତ୍ତନ ମହିଳା ଓ ପୁରୁଷ ଦଳ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ,ହରେ ରାମ ହରେ ରାମ ରାମ ରାମ ହରେ ହରେ ମହାମନ୍ତ୍ରରେ ସହର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଆଜି ଶେରଗଡ କଳିଙ୍ଗ ବୈଶ୍ୟ ସଂଘର ମହିଳା ମାନେ ଏବଂ ଆଖପାଖ ଗ୍ରାମର ମହିଳା ମାନଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ପରିବେଷଣ ସମସ୍ତ ଶ୍ରୋତା ଙ୍କୁ ଆକର୍ଷଣ କରିଥିବା ଦେଖିବାକୁ ମିଳିଛି। ନାମଯଜ୍ଞ କମିଟିର ସଭାପତି କୋଟେଶ୍ବର ପୃଷ୍ଟି, ସମ୍ପାଦକ ସିଏଚ ସୁବାଷ ଚନ୍ଦ୍ର ସୁବୁଦ୍ଧି, ବରିଷ୍ଠ ସମାଜସେବୀ ଦୁର୍ଗା ପ୍ରସାଦ ବିଷୋୟୀ, ବଣିକ ସଂଘର ସଦସ୍ୟ ବାବୁଲା ପାତ୍ର, ଏଲ.ମୁନା ପାତ୍ର, କୈଳାସ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ବି.ଚେଈନ ପାତ୍ର, ବାସୁଦେବ ସ୍ବାଈଁ ଙ୍କ ସହ ଶେରଗଡ ସହରବାସୀ ପରିଚାଳନା ରେ ସହଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ