ପରିଚୟ ଫାଉଣ୍ଡେସନ ପକ୍ଷରୁ ପୁଷ୍ଟିକର ଖାଦ୍ୟ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିଚୟ ଫାଉଣ୍ଡେସନ ପକ୍ଷରୁ ଗେଲ ଇଣ୍ଡିଆ ସହାୟତାରେ ସାଲିଆ ସାହିରେ ପୁଷ୍ଟିକର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ସଭାପତି ରୋଜାଲିନ ପାଟଶାଣୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍ତରର ପୁର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡା ଅମ୍ରିତ ପାଟ୍ଟେଯାଶୀ, ପ୍ରବିନ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ନିଃସହାୟ ଓ ଗରିବ ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଭୁବନେଶ୍ୱରର ବସ୍ତି ମାନଙ୍କରେ ରହୁଥିବା ଅଧିକାଂଶ ମହିଳା ଓ ଶିଶୁ ଆର୍ଥିକ ଅନାଟନ ହେତୁ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ପରିଚୟ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏହି ପୁଷ୍ଟିକର ଖାଦ୍ୟ ମହିଳା ଓ ଶିଶୁମାନଙ୍କୁ ସୁସ୍ଥ ଓ ନିରୋଗ ରଖିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୬ ଶହ ମହିଳା ମାନଙ୍କୁ ପୁଷ୍ଟିକର ଶୁଖିଲା ଖାଦ୍ୟ, ଭିଟାମିନ୍, ଆଇରନ ଓ କ୍ୟାଲସିୟମ ବଟିକା ବଣ୍ଟନ କରାଯାଇଥିଲା । ସଭାପତି ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଏହି ଖାଦ୍ୟ ୬ ମାସ ପର୍ଯ୍ୟନ୍ତ ବଣ୍ଟନ କରାଯିବ ବୋଲି କହିଥିଲେ । ଅନୁସୟା ସାହୁ, ସୁଚିତ୍ରା ବେହେରା, କାଳନ୍ଦୀ ପ୍ରଦାନ, ଗଦାଧର ପ୍ରଧାନ, ମାଳତୀ ହେମ୍ରମ, ସୁଦେଶୀ ମଲ୍ଲିକ, ହରିହର ମାର୍ଥା, ପବିତ୍ର ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ଅଞ୍ଜନ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।