ପାର୍ବଣ ଅବସରରେ ପୂଜା ପାଇଁ ଗାଁ ଗଣ୍ଡା ଚଳ ଚଞ୍ଚଳ
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ଆଶ୍ଵିନ ମାସର ପାର୍ବଣ ପୂଜା ପାଇଁ ଚାରିଛକ ଓ ଏହାର ଆଖପାଖ ଅଞ୍ଚଳର ଗାଁ ଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ଗାଁ ମାନଙ୍କ ରେ ଥିବା ଦେବୀ ପୀଠ ଓ ଗ୍ରାମ ଦେବତୀ ଙ୍କ ପୀଠ ସବୁ ଉତ୍ସବ ମୁଖର ହୋଇ ଉଠିଛି। ସମସ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ଗାଁ ର ରିଷ୍ଟ, ବିପଦ ଖଣ୍ଡନ ପାଇଁ ଦେବୀ ପୀଠ ମାନଙ୍କରେ ଭକ୍ତି ଓ ନିଷ୍ଠାର ସହିତ ପାଳନ ହେଉଛି ଷୋଳ ପୂଜା। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ପାର୍ବଣ ର ଜନ୍ତାଳ ଭୋଜି ଭାଇଚାରା ର ନିଦର୍ଶନ ରୂପେ ରହି ଆସିଛି କାହିଁ କେତେ କାଳରୁ। ବିଦେଶ ଓ ବାହାର ରାଜ୍ୟ ରେ ଥିବା ବ୍ୟକ୍ତି, ଦୂର ରେ କର୍ମ ସଂସ୍ଥାନ ରେ ରହି ଥିବା ବ୍ୟକ୍ତି ସମସ୍ତେ ପାର୍ବଣ ପୂଜା ରେ ଅଂଶ ଗ୍ରହଣ କରିବାକୁ ଏବେ ନିଜ ନିଜ ଗାଁ କୁ ଫେରିବାକୁ ଲାଗିଥିବା ଦେଖିବାକୁ ମିଳୁଛି। ଶୁନ ଶାନ ପଡ଼ିଥିବା ଗାଁ ଏବେ ଚଳ ଚଞ୍ଚଳ ହୋଇପଡ଼ିଛି। ପ୍ରବାସୀ ମାନେ ଗାଁ ରେ ପରିବାର, ସାଙ୍ଗ ସାଥି, ପରିଜନ, ପଡ଼ୋଶୀ ମାନଙ୍କ ସହିତ ମିଶି ଦଶହରା ଉତ୍ସବ କୁ ପାଳନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦଶହରା ପରେ ପୁଣି ଯିଏ ଯାହା କର୍ମ ସ୍ଥଳ କୁ ଫେରିଯିବେ। ଏବେ କିନ୍ତୁ ସମସ୍ତେ ପାର୍ବଣ ପୂଜା କୁ ବେଶ ଖୁସି ଓ ଆନନ୍ଦ ର ସହିତ ପାଳନ କରୁଛନ୍ତି। ଶାରଦୀୟ ପାର୍ବଣ ପୂଜା ପାଇଁ ଗାଁ ଗଣ୍ଡା ଉତ୍ସବ ମୁଖର ହୋଇ ପଡ଼ିବା ସହିତ ଚଳ ଚଞ୍ଚଳ ହୋଇପଡ଼ିଛି।


