ବଉଳାଶୁଣୀ ପୀଠରେ ମକର ଉତ୍ସବ ଆରମ୍ଭ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ତଥା ବନ୍ତ-ବାରିକପୁର ରାସ୍ତାର ନିଳୋକସ୍ଥିତ ମା’ବଉଳାଶୁଣୀ ପୀଠରେ ମକର ଉତ୍ସବ ଆରମ୍ଭ ହୋଇଛି । ସକାଳ ଠାରୁ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ଉପସ୍ଥିତ ହୋଇ ମା’ଙ୍କୁ ଦର୍ଶନ କରିବା ସହିତ ଭୋଗ ଲଗାଇଥିଲେ । ଅପରାହ୍ନରେ ମା’ଙ୍କ ଯଜ୍ଞ କାର୍ଯ୍ୟ ପାଇଁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ପୂଜା ଉତ୍ସବ ୭ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ