ବନ୍ତ ବିଇଓ ଅଫିସରେ ମୁଖ୍ୟ ଭାବେ ଯୋଗ ଦେଲେ ସୁକ୍ରିତି କର
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଆଦେଶ ସଂଖ୍ୟା ୩୫୫୭/ତା-୨୫-୨-୨୦୨୫ ଅନୁଯାୟୀ ଭଦ୍ରକ ଏନ୍.ସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁକ୍ରିତି କର ଆଜି ବନ୍ତ ବିଇଓ ଅଫିସର ମୁଖ୍ୟ ତଥା ସମସ୍ତ ଆର୍ଥିକ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗଦାନ ପରେ ବନ୍ତ ବିଇଓ ଅଫିସର ଭାରପ୍ରାପ୍ତ ବିଇଓ ପ୍ରଫୁଲ୍ଲ କୁମାର ସାହୁଙ୍କ ଧାମନଗର ବ୍ଲକକୁ ବଦଳି ପରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇପାରିବ ବୋଲି ଆଶା କରାଯାଇଛି । ସୁଶ୍ରୀ ସୁକ୍ରିତି କରଙ୍କ ବିଇଓ ଅଫିସରେ କାର୍ଯ୍ୟରେ ଯୋଗଦାନ ପରେ ବିଇଓ ଅଫିସର ସମସ୍ତ କର୍ମଚାରୀ, ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଛି ।