ବାତ୍ୟାରେ ରାସ୍ତାରେ ଭାଙ୍ଗି ପଡ଼ିଥିବା ଗଛକୁ କାଟି ରାସ୍ତାରୁ ହଟିଲେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା

ବାଲେଶ୍ୱର, (ସରୋଜ ପଣ୍ଡା):ସାମୁଦ୍ରିକ ବାତ୍ୟା ଦାନା ର ପ୍ରଭାବରେ ସମସ୍ତଙ୍କର ନଜର ଥିବା ବେଳେ ଲୋକମାନେ କୌଣସି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତୁ ସେ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଦିନ ରାତି ଅହରହ ଲୋକଙ୍କ ସହ ଯୋଡ଼ି ହୋଇ ରହି କେମିତି ଲୋକଙ୍କ ପାଖରେ ଠିକ୍ ଭାବରେ ଖାଦ୍ୟ, ପାନୀୟ ଜଳ ପହଞ୍ଚିବ ସେ ପ୍ରତି ଧ୍ୟାନ ଦେଇଥିଲେ। ଶୁକ୍ରବାର ସକାଳେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ଅସୁବିଧା ବୁଝିବା ସମୟରେ କରଞ୍ଜିଆ ପଞ୍ଚାୟତର ରାମେଶ୍ବର ମହାଦେବ ମନ୍ଦିର ନିକଟରେ ଏକ ବିଶାଳ ବର ଗଛ ପବନରେ ଭାଙ୍ଗି ରାସ୍ତାରେ ପଡିଥିବାର ଦେଖି ଶ୍ରୀ ଦାସ ତୁରନ୍ତ ନିଜେ ଉକ୍ତ ଗଛ କୁ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାଟି ରାସ୍ତାରୁ ହଟାଇଥିଲେ। ଏଭଳି ଏକ ବାତ୍ୟା ପରିସ୍ଥିତିରେ ଯେମିତି କୌଣସି ସହାୟକ ଯାନ ଯଥା ଆମ୍ବୁଲାନ୍ସ, ଉଦ୍ଧାରକାରୀ ଦଳ, ଖାଦ୍ୟ ସାମଗ୍ରୀ ନେଇ ବାତ୍ୟା ଆଶ୍ରୟସ୍ଥଳୀ ଯାଉଥିବା ଗାଡ଼ି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଳମ୍ବ ନ ହେଉ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ