ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାଂସଦ, ବିଧାୟକ ଓ ମନ୍ତ୍ରୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ ଜିଲ୍ଲାରେ ଭୀଷଣ ବର୍ଷା ଓ ପବନର ବେଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ବରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାୟକ, ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ମାନସ କୁମାର ଦତ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସମୟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାପିତ “ସାଇକ୍ଲୋନ ଓ୍ବାର ରୁମ୍” ସହିତ ଯୋଗାଯୋଗ ରଖି ଜିଲ୍ଲାର ସାମୁହିକ ସ୍ଥିତିର ସମୀକ୍ଷା ଓ ତର୍ଜମା କରିଥିଲେ। ଏହାସହିତ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ରହୁଥିବା ଅନ୍ତେବାସୀଙ୍କ ସହିତ ସାକ୍ଷାତକରି ଆଲୋଚନା କରିଛନ୍ତି। ସଫଳ ବାତ୍ୟା ମୁକାବିଲା ଓ ସୁବନ୍ଦୋବସ୍ତ କାରଣରୁ ସାଧାରଣ ଲୋକଙ୍କ ଓ ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନକୁ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି। ସାଂସଦ ମଧ୍ୟ ଏହି ବିପତ୍ତି ସମୟରେ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି।