ବିଶ୍ୱ ଡାଇବେଟିସ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସ୍ଵେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁର ମିଳିତ ଆୟୋଜନରେ ବିଶ୍ୱ ଡାଇବେଟିସ ଦିବସ ସ୍ଥାନୀୟ ସହଦେଵଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପାଳିତ ହୋଇଯାଇଛି.ଡିପିଏମ ଅନିଲ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଡା.ମୃତ୍ତୁଞ୍ଜୟ ମିଶ୍ର ଯୋଗଦେଇ ଅଧିକ ସର୍କରା ଜାତୀୟ ଖାଦ୍ୟ,ତେଲ,ମସଲା ଡାଇବେଟିସ ରୋଗୀଙ୍କ ପାଇଁ ବିପଦ ଜନକ ଓ ଅଧିକ ତନ୍ତୁ ଜାତୀୟ ଖାଦ୍ୟ ଖାଇବା,ନିୟମିତ ବ୍ୟାମ ଓ ଶାରୀରିକ ପରିଶ୍ରମ ଦ୍ୱାରା ଡାଇବେଟିସ କମିଥାଏ ବୋଲି କହି ଥିଲେ.ଅନ୍ୟମାନଙ୍କ ମଧ୍ୟରେ ଡା.ରଞ୍ଜନ ନାୟକ,ଏ ପି ଏମ ଶାଶ୍ୱତୀ ମହାପାତ୍ର,ରମଣୀକାନ୍ତ ଭାଞ୍ଜ ଓ ଭବାନୀ ମହନ୍ତ ପ୍ରମୁଖ ଡାଇବେଟିସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ.ଏହି ଅବସରରେ ଆୟୋଜିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ