ସୁନ୍ଦରାପାଳରେ ଅବକାରୀ ଚଢାଉ, ମଦ ଜବଦ୍, ତିନି ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦେଶ କ୍ରମେ ହାଟଡିହି ଅବକାରୀ ଥାନା ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ୨୦ଲିଟର ଦେଶୀ ଓ ବିଦେଶୀ ମଦ ଜବଦ କରିବା ସହିତ ୩ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଆଜି ସକାଳେ ହାଟଡିହି ଅବକାରୀ ସବ ଇନ୍ସପେକ୍ଟର ସ୍ମିତା ବେହେରାଙ୍କ ନେତୃତ୍ୱରେ ଏ ଏସ ଆଇ ଇ ସୁଶାନ୍ତ ରାଉତ, କନେଷ୍ଟବଳ ନିବେଦିତା ମାଝୀ ପ୍ରମୁଖ ସୁନ୍ଦରାପାଳରେ ଚଢ଼ାଉ କରିଥିଲେ। ସେଠାରୁ ୩ଜଣଙ୍କ ଠାରୁ ୨୨ଲିଟର ଦେଶୀ ମଦ ଓ ସାଢେ଼ ୬ଲିଟର ବିଦେଶୀ ମଦ ଜବଦ କରିଥିଲେ। ଏହି ଘଟଣାରେ ଧନେଶ୍ୱର ମାଝୀ, ରଘୁନାଥ ହୋ, ରେବତୀ ମହାନ୍ତି ଙ୍କୁ ଗିରଫ କରାଯାଇ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ