ସୂର୍ଯ୍ୟମନ୍ଦିର ବୁଲିଲେ ୧୪ଦେଶର ରାଷ୍ଟ୍ରଦୂତ, କମିଶନର
କୋଣାର୍କ, (ଗଣେଶ ବେହେରା):ଶନିବାର ମଧ୍ୟାହ୍ନରେ ୧୪ଟି ଦେଶର ରାଷ୍ଟ୍ରଦୂତ , କମିଶନର କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡେକି ଶୁକ୍ରବାର ମଧ୍ୟାହ୍ନରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ , ଭୁଟାନ, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନିଉଜଲ୍ୟାଣ୍ଡ ଆଦି ୧୪ଟି ଦେଶର ରାଷ୍ଟ୍ରଦୂତ, କମିଶନର ଏବଂ ମନ୍ତ୍ରୀ ପରିଷଦ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ବ୍ଲାକପାଗୋଡା ର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ସୂର୍ଯ୍ୟ ମନ୍ଦିର ଗେଟ୍ ସମ୍ମୁଖରେ ଫୁଲ ଚନ୍ଦନ ଦିଆଯାଇ ସ୍ଵାଗତ କରାଯାଇଥିଲା।ଆଗନ୍ତୁକ ଅତିଥି ମାନଙ୍କ ପାଇଁ କୋଣାର୍କ ଥାନା ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୂର୍ଯ୍ୟମନ୍ଦିର ବୁଲି ପୁରୀ ଅଭିମୁଖେ ଯାତ୍ରା କରିଥିଲେ।