ଅଂଶୁଘାତରେ ୬୨ ବର୍ଷୀୟ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର (ଯୁଗାଦ୍ଦ ନ୍ୟୁଜ) , ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ଯାଜପୁର ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ୬୨ ବର୍ଷୀୟ ନଟବର ନାୟକ । ନଟବର ଚଣ୍ଡିପଡିଆ ହାଟରେ ପୋଟଳ ବିକ୍ରି କରିବାକୁ ଯାଇଥିଲେ । ସେଠାରୁ ପେଂରୁଥିବା ସମୟରେ ହଠାତ୍ ରାସ୍ତାରେ ତାଙ୍କର ମୁଣ୍ଡ ବୁଲାଇବାରୁ ଘାଟ ନିକଟରେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ