ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): କମ୍ୟୁନିଟି ହଲ ପରିସରରେ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏବଂ ପଞ୍ଚାୟତ ସମିତି ମୁନିଗୁଡ଼ା ସାମାଜିକ ସୁରକ୍ଷା ବିଭାଗ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗିଙ୍କ ଓ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ବ୍ଲକର ବଡ଼ବାବୁ ଜିତେନ୍ଦ୍ର କୁମାର ଧର,ମହେଶ୍ୱର ପାଲାକା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ଜିଲ୍ଲା ଭିର୍ନକ୍ଷମ ମହାସଙ୍ଘର ସଭାପତି ଶିଶିର ରାଉଳ,ସମ୍ପାଦକ ଅମରେନ୍ଦ୍ର ନାଥ,ଶ୍ରୀନୁ ବିଭର,ମାଧଵଚନ୍ଦ୍ର ହିଆଲ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ଆନୁଷ୍ଠାନିକ ଭାବେ ଶିବିରର ଶୁଭ ଉଦଘାଟନ କରିଥିଲେ। ପରେ ଏହି ଶିବିର ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଏହି ଶିବିରରେ ଭିନ୍ନକ୍ଷମ ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସେମାନଙ୍କୁ ଅନ ଲାଇନ୍ ପ୍ରମାଣ ପତ୍ର ପାଇଁ ପଞ୍ଜିକରଣ ଆଦି ସୁବିଧା କରାଯାଇଥିଲା। ଏହି ଶିବିରରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଅନଲାଇନ ଆବେଦନ,ଆଧାର ପଞ୍ଜିକରଣ,ଜେରକ୍ସ ଓ ପାସପୋର୍ଟ ଫଟୋ ଉଠା ମାଗଣାରେ ବ୍ୟବସ୍ଥା କରାଯାଇଥିଲା। ଏହି ଶିବିରରେ ମୋଟ ୧୦୨ ଜଣ ଭିର୍ନକ୍ଷମ ମହିଳା,ପୁରୁଷ ଓ ଶିଶୁ ପଞ୍ଜିକରଣ କରିଥିବା ବେଳେ ୭୦ ଜଣଙ୍କୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଶିବିରରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚକ୍ଷୁ ବିଶେଷଜ୍ଞ ଡା ବରାଦକାନ୍ତ ମିଶ୍ର,ଭେଷଜ ବିଶେଷଜ୍ଞ ଡା ସଜ୍ଞା ଦାସ,ଅସ୍ଥିଶଲ୍ୟ ବିଶେଷଜ୍ଞ ଡା.ରଞ୍ଜନ ସାହୁ, କର୍ଣ୍ଣ,ନାସା ଓ ଗଳା ବିଶେଷଜ୍ଞ ଡା.ସଂଘମିତ୍ରା ପାତ୍ର, ମାନସିକ ରୋଗ ବିଶେଷଜ୍ଞ ଡା କଲ୍ୟାଣ ପ୍ରଧାନ,ସହଯୋଗୀ କର୍ମଚାରୀ ଭାବେ ବରିଷ୍ଠ ଫାର୍ମାସି ଅଫିସର ଜଗନ୍ନାଥ ନାୟକ,ଅଡିଓଲୋଜିଷ୍ଟ ସୁପ୍ରଭା ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ ସହଯୋଗୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସାରେ ସେବା ଯୋଗାଇଥିଲେ। ଉକ୍ତ ଶିବିରକୁ ବ୍ଲକର ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲକ କର୍ମଚାରୀ ମାନସ ନାୟକ,ମନୋହର ଗାଜିବିଲି,ଅକ୍ଷୟ କୁମାର ବେହେରା,ମୋତିଲାଲ ସାମଲ, ଆଶୁତୋଷ ଲାବଲା,ଇତିଶ୍ରୀ ମହାପାତ୍ର, ବିକାଶ କୁମାର ନାୟକ,ସୁଧାକର ଗରଡ଼ିଆ, ଦିନେଶ କୁମାର ଶବର, ଅଜିତ ନାଗ ପ୍ରମୁଖଙ୍କ ସମେତ ବ୍ଲକ ଅନ୍ୟ କର୍ମଚାରୀ, ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ