ଅକାମି ରାଜସ୍ୱବିଭାଗ

ମୋହନା,( ଅଂଶୁମାନ ପଣ୍ଡା): ରାଜ୍ୟ ସରକାର ବିଭିନ୍ନ ଯୋଜନା ପାଣି ଭଳି କରିଚାଲିଛନ୍ତି କେଉଁଠି ବିଜୁ ପକାଘର, ପୋଲନିର୍ମାଣ,ବିଜୁଳି ପିଇବା ପାଇଁ ପାଣି ହେଲେ ସରକାରି କାର୍ଯ୍ୟାଳୟ ଓ ବିଭିନ୍ନ ଉନ୍ନତି ମୁଳକ କୋଠା ନିର୍ମାଣ ପାଇଁ ଜମି ଥାଇ ମଧ୍ୟ ମିଳୁନି | ଏପରିକି ଜମି ହୀନ ପରିବାର କୁ ଜମି ଯୋଗାଉଛନ୍ତି, କିନ୍ତୁ ତାର କୌଣସି ଫାଇଦା ହେଉନି | ଯାହା ଫଳରେ ରେ ରାଜସ୍ୱ ବୃଦ୍ଧି ପାଇଁ ବାଲି ପଥର ଆଦି ଗାଡ଼ି ଗୁଡ଼ିକ ଠାରୁ ବିପୁଳ ପରିମାଣ ରେ ଟିକସ ଆଦାୟ ହେଉଛି ହେଲେ ଗରିବ ଖଟିଖିଆ ପରିବାର କୁ ଜାଗା ଖଣ୍ଡେ ମିଳୁନି କି କୌଣସି ବ୍ୟକ୍ତି ନିଜ ଜମି ପଟା ଆବେଦନ ହେଉ କିମ୍ବା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଜାତିପ୍ରମାଣପତ୍ର ହେଉ ଅନ୍ୟ କିଛି ପ୍ରମାଣ ପତ୍ର କିମ୍ବା ଜମି ବିବାଦ କୌଣସି ସୁବିଧା ମିଳୁନି | ଲୋକେ ନିଜର ଘର ବାରି ପଟା ଆବେଦନ କରି ମାସ ମାସ ସଂଖ୍ୟା ବିତେଲେ ବି ମିଳୁନି ପଟା | ଅନ୍ୟ ପଟେ ଜମି ହୀନ ବ୍ୟକ୍ତି ଆବେଦନ କରି ବର୍ଷ ବର୍ଷ ବିତି ଗଲାଣି କିନ୍ତୁ ନା ମିଳିଛି ପଟା ନା ମିଳୁଛି ପ୍ରତିଶ୍ରୁତି ଖାଲି ଭାଷଣ ମିଳିଛି ଗରିବ ପରିବାର କୁ ଜମି ପଟା ଦିଆଗଲା | ଗଟେ କି ଦଶ ଟି ପରିବାର କୁ ଜମି ପଟା ବାଣ୍ଟି ବାହା ବାହା ମାରୁଛନ୍ତି ପ୍ରଶାସନ, ଯଦି ଦେଖା ଯାଏ ମୋହନା ତହସିଲ କାର୍ଯ୍ୟଳୟ ରେ ଯାଉଥିବା ପ୍ରତ୍ୟକ ପଞ୍ଚୟତ ର ଗାଁ ଗୁଡ଼ିକ ତେବେ ସ୍ପଷ୍ଟ ହେଇଯିବ ଲୁକେ କେତେ ଉପକୃତ ଅଛନ୍ତି ଚାଳ କୁଡ଼ିଆରେ ଏବେ ବି ଲୋକେ ଦୁଃଖ କଷ୍ଟରେ ଜୀବନ ଜୀବିକ ବିତାଉଛନ୍ତି | ବିରିକୋଟ ପଞ୍ଚୟତ ହେଉ କିମ୍ବା ଅନ୍ତରବା, ଚୁଡ଼ଙ୍ଗପୁର, ଗୁଲୁବା,ପାଣିଗଣ୍ଡା, ଅଲିଗଣ୍ଡା ଡେଙ୍ଗାସଖାଲ ଏଭଳି ବିଭିନ ସ୍ଥାନରେ ଲୋକେ ପାଇନାହାନ୍ତି ଜମି ପଟା ଅନ୍ୟ ପଟେଯେଉଁ ବେକ୍ତିଙ୍କ ଜମି ଘର ଅଛି ସେ ବେକ୍ତି ମନେ ହଁ ସରକାରୀ ଜାଗା କୁ ଜୋର ଜବରଦସ୍ତ କବଜା କରି ରଖି ଜାଗା ଗୁଡିକୁ ବିକ୍ରି କରିବାରେ ଲାଗିଛନ୍ତି |ଏପରିକି ବିସ୍ଥାପିତ ଅଞ୍ଚଳ ରେ ବର୍ତ୍ତମାନ ସୁଦ୍ଧା ଜାଗା ଦିଆଯାଇନାହିଁ ,ଅଞ୍ଚଳରେ ଜାଗା ଗୁଡିକ ମାଡି ବସି ରଖି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାରେ ବିକ୍ରି ହେଉଛି | ୨୦୦୦/୨୦୦୧ରେ କୌଣସି ଘର କିମ୍ବା ଜାଗା କୌଣସି ବ୍ୟକ୍ତିର ନଥିଲା ବର୍ତ୍ତମାନ ଯେଉଁ ବେକ୍ତିଙ୍କ ଘର ଜମି ବାଡ଼ି ଅଛି ସେମାନେ ହିଁ ଅତ୍ୟାଚାର କରି ଜଙ୍ଗଲ ହାଣି ନଷ୍ଟ କରି ଜାଗା ଗୁଡିକୁ ବିକ୍ରି କରିବାରେ ଲାଗିଛନ୍ତି |ହେଲେ ଉକ୍ତ ଜାଗର ପଟା କି ପ୍ରମାଣ ପତ୍ର ନଥାଇ କିପରି ବିକ୍ରି ହେଉଛି ଓ ଆବାସ ଯୋଜନା ମିଳୁଛି ତାହା ଚିନ୍ତାର ବିଷୟ, ଏଠି ସବୁ ଅଛି କିନ୍ତୁ ନଥିବା ସହ ସମାନ କୋର୍ଟ ଅଛି କର୍ମଚାରୀ ମାନଙ୍କ ରହିବା ପାଇଁ ଘର ନାହିଁ , ପୋଷ୍ଟ ଅଫିସ ଅଛି କିନ୍ତୁ ଭଡାରେ ଚାଲିଛି , ତହସିଲ କାର୍ଯ୍ୟାଳୟ ଅଛି କିନ୍ତୁ କର୍ମଚାରୀ ରହିବା କୁ ଘର ନାହିଁ , ଯଦି ସବୁ କାର୍ଯ୍ୟଳୟ ଅଛି ତେବେ ରହିବା ପାଇଁ ଜାଗା କାହିଁକି ଦିଆ ଯାଉନି | ସରକାରୀ ଜମି ଲୁଟି ଚାଲିଛନ୍ତି ବଡ଼ ଲୁକେ ଏହା ଉପରେ ନଜର ପଡୁନି ତସିଲି ଦାରଙ୍କ ନା ସବୁ ଜାଣି ଶୁଣି ମୂକ ପାଲଟିଛି ରାଜସ୍ୱ ବିଭାଗ | ତେବେ କେବେ ସରକାରଙ୍କ ନଜର ପଡିବ ଓ ସରକାରୀ ଜମି ସରକାରୀ ହାତକୁ ଯିବ ସରକାରୀ ଜମି ବିକାଳୀକୁ ଦଣ୍ଡ ମିଳିବ ତାହା ଏବେ ଦେଖିବାକୁ ବାକି ରହିଲା | ପ୍ରକାଶ ଥାଉକି ଜିଲ୍ଲା ରେ ଓ ରାଜ୍ୟରେ ଏତେ ଭାଷଣ ଦେଉଥିବା ସରକାର ଓ ଜିଲ୍ଲା ପ୍ରଶାସନ ବର୍ତମାନସୁଧା କେତେ ଥର ବୁଡ଼ି ଅଞ୍ଚଳ ଓ ବିସ୍ତାବିତ ଅଞ୍ଚଳ କୁ ଯାଇ କେବେ ଦୁଃଖ ବୁଝିଛନ୍ତି କି ନା ଗରିବଙ୍କୁ କେବେ ପଚାରି ଛନ୍ତି ତସିଲି କାର୍ଯ୍ୟଳୟ ରେ କିପରି କାମ ହେଉଛି , ଯଦି କିଏ ଏଠି ପାଟି ଉଠେଇଲା ତା ନାମରେ ମିଥ୍ୟ ଅଭିଯୋଗ ରେ ଥାନାରେ ମାମଲା ରୁଜୁ କରାଯାଇଛି | ତେବେ ଯଦି ଗରିବ ପ୍ରତି ଏତେ ଦରଦ ସରକାରଙ୍କ ଗଜପତି ଜିଲ୍ଲା ମୋହନା ବ୍ଲକ ର ଦୁଃଖ ଦେଖି ଜାଣି ପାରିବେ ବୋଲି ବୁଦ୍ଧି ଯିବେ ମହଲରେ ଚର୍ଚ୍ଚା ଧରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ