ପିଜୁଳି ଖାଇବାକୁ ଯାଇ ପୋଖରୀରେ ବୁଡିଗଲେ ୩ ନାବାଳିକା

ଜୟପୁର,(ଓ୍ବାଇଏନ୍ଏସ୍):କୋରାପୁଟ ଲମତାପୁଟ ବ୍ଲକ ଅନ୍ତର୍ଗତ ଦେବହଞ୍ଜର ଗାଁରେ ଅଭାବନୀୟ ଘଟଣା । ପିଜୁଳି ଖାଇବାକୁ ଯାଇ ଗତକାଲି ଠାରୁ ନିଖୋଜ ଥିବା ୩ ନାବାଳିକା ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି ।ଗତକାଲି ତିନି ଜଣ ସାଙ୍ଗ ହୋଇ ପିଜୁଳି ଖାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଆଜି ସେମାନଙ୍କର ମୃତଦେହ ଗାଁ ଠାରୁ ୧ କିମି ଦୂର ଏକ ନୂଆ କରି ଖୋଳାଯାଇଥିବା ପୋଖରୀରୁ ଉଦ୍ଧାର କରାଯାଇଛି ।ଗତକାଲି ତିନି ସାଙ୍ଗ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଲମତାପୁଟ ଥାନାରେ ଅଭିଯୋଗ କରିଥିଲେ । ଆଜି ପୋଖରୀରେ ପିଲାଙ୍କ ଚପଲ ଭାସୁଥିବା ଦେଖି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରୁ ତିନି ଝିଅଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ନଅ ବର୍ଷର ପୂଜା ତାମିଲ, ଆଠ ବର୍ଷର ନିଲିତା ଦଳପତି ଓ ଆଠବର୍ଷୀୟ ଲିତା ପାତ୍ର ବୋଲି ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ