ଅକ୍ଟୋବର ବିପ୍ଳବର ସ୍ମୃତିଚାରଣ ସଭା
ବାଲେଶ୍ୱର): ଗତ ୧୦୩ବର୍ଷ ତଳେ ରୁଷିଆରେ ଜାର୍ ଶାସନର ଅବସାନ ଘଟାଇ ଶ୍ରମଜୀବି ମଣିଷମାନେ ବିଶ୍ୱର ପ୍ରଥମ ସମାଜବାଦୀ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ । ଏହି ଦିବସକୁ ସ୍ମରଣ କରି ଆଜି ଭାରତର କମ୍ୟୁନିଷ୍ଟ୍ ପାର୍ଟି (ମାର୍କ୍ସବାଦୀ) ତରଫରୁ ନୂଆବଜାରସ୍ଥିତ ପାର୍ଟି କାର୍ଯ୍ୟାଳୟଠାରେ ପୂର୍ବାହ୍ନ ୯ଟାବେଳେ ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସାଥୀ ନିର୍ମଳ ନାୟକ ଏହି ପତାକା ଉତ୍ତୋଳନ କରି ତାଙ୍କ ବକ୍ତବ୍ୟରେ ସମାଜବାଦୀ ଆନ୍ଦୋଳନର ସ୍ମୃତିଚାରଣ କରିବା ସହ ଆମ ଦେଶର ପ୍ରଚଳିତ ଅର୍ଥନୀତି ଆଜି ଦେଶର ଶ୍ରମଜୀବୀମଣିଷଙ୍କୁ ହତାଶ ମଧ୍ୟକୁ ଠେଲିଦେଇଛି ବୋଲି ବକ୍ତବ୍ୟ ଦେଇଥିଲେ । ଆସନ୍ତା ଜାନୁଆରୀ ୮ ତାରିଖ ଦିନ ସାରା ଭାରତବର୍ଷରେ ଶ୍ରମିକ ଶ୍ରେଣୀର ଆହ୍ୱାନରେ ଭାରତବନ୍ଦକୁ ସମର୍ଥନ କରିବାପାଇଁ ସାଥୀ ଓ ସମର୍ଥକମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଥୀ ନିକୁଞ୍ଜ ବସନ୍ତରାୟ, ଶ୍ୟାମସୁନ୍ଦର ଜେନା ଓ ଏମ୍.କେ.ଡି. ମଜୁମଦାର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ରୁଷ୍ ବିପ୍ଳବର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିଙ୍କ ସମେତ ପାର୍ଟିର ବହୁ ସାଥୀ ଓ ସମର୍ଥକ ଯୋଗ ଦେଇଥିଲେ ।