ଅକ୍ସୋଫୋର୍ଡ଼ ପବ୍ଲିକ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଅଚ୍ୟୁତପୁର ସ୍ଥିତ ଅକ୍ସୋଫୋର୍ଡ଼ ପବ୍ଲିକ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ଉପ ଆରକ୍ଷୀ ଅଧୀକ୍ଷକ ମାନସ ଦେଓ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଶିକ୍ଷା କିପରି ମାନବ ଜୀବନକୁ ପରିପୂର୍ଣ୍ଣ କରିଥାଏ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ରେମୁଣା ଏନଏ ।ସି ଅଧ୍ୟକ୍ଷା ତନୁଜା ଗିରି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୀବନରେ ସଫଳତା ପ୍ରାପ୍ତି ଓ ମାନବବାଦ ବିକାଶରେ ଶିକ୍ଷାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ସଂଜୟ ସାହୁ ଉତ୍ସବରେ ସଭାପତିତ୍ୱ କରିବା ସହିତ ଉତମ ଶିକ୍ଷାଦାନ କ୍ଷେତ୍ରରେ ଅକ୍ସୋଫୋର୍ଡ଼ ପବ୍ଲିକ ସ୍କୁଲର ଶୈକ୍ଷିକ ପରିବେଶ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ଦେବଦର୍ଶିନୀ ନାୟକ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶୁଭଶ୍ରୀ ପଣ୍ଡା ସଭାରେ ଅତିଥିଙ୍କ ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ମୋନାଲିସା ମାନସିଂହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମନୋରଂଜନ ସାମଲ, ଜୟନ୍ତ ସାମଲ, କଳିଙ୍ଗ ଲେଙ୍କା, ରଂଜନ ଦାସଅଧିକାରୀ, ପ୍ରଦୀପ ଚକ୍ରବର୍ତ୍ତୀ, ରଶ୍ମିରଂଜନ ସାହୁ, ପୂର୍ଣ୍ଣମାସୀ ମହାନ୍ତି, ଉତ୍ତମ କୁମାର ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ