ଅଖଣ୍ଡ ଶୀକାର ରୋକିବାକୁ ଜଂଗଲ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କ ସଂଯୋଜନାରେ ଅଖଣ୍ଡ ଶୀକାର ରୋକିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହଦଗଡ ଅଭୟାରଣ୍ୟର ରାଇଘାଟି, ସିଆଡିମାଳିଆ, ମୟୁରା, ଭଅଁରା ଆଦି ସ୍ଥାନ ସହିତ ବାରିପଦା ଡିଭିଜନର କପ୍ତିପଦା ରେଞ୍ଜ ଅଧିନ ବିନ୍ନ୍ ଗ୍ରାମରେ ପଶୁଶୀକାର ରୋକିବାକୁ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହିସମୟରେ ଆଦିବାସୀ ଲୋକମାନେ ‘ପାରିଧି’ ନାମରେ ଜଂଗଲରେ ବନ୍ୟଜନ୍ତୁ ଶୀକାର କରିବା ସମୟ ହୋିଥିବାରୁ ଏଥିରୁ ଲୋକମାନେ ନିବୃତ ରହିବାକୁ ସଚେତନ କରାଯାଇଥିଲା । ବିଶେଷଃତ ବନ୍ୟଜନ୍ତୁ ଶୀକାର କଲେ ଆଇନ ତ ଅପରାଧ ଓ ଏଥିପାଇଁ ଦଣ୍ଡବିଧାନର ନିୟମ ଥିବାରୁ ଲୋକମାନେ ଜଂଗଲ ପସି ଶୀକାର ନକରିବାକୁ ସୁଚାଇ ଦେଇଥିଲେ ଜଂଗଲ ଆମର ଓ ଆମେ ଜଂଗଲକୁ ସୁରକ୍ଷା ଦେବା ବୋଲି ଗାଁ ଗାଁ ବୁଲି ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ବନପାଳ କେଦାର ପାତ୍ରଙ୍କ ସମେତ ସମସ୍ତ ବନକର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ।