ଅଖଣ୍ଡ ଶୀକାର ରୋକିବା ପାଇଁ ସଚେତନତା ଅଭିଯାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଅଁଳେଇବାଲିପାଳ ଗ୍ରାମରେ ଆରସିଡିସି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଖଣ୍ଡ ଶୀକାର ରୋକିବା ଓ ଜଂଗଲ ନିଆଁ ରୋକିବା ଉଦେ୍ଦଶ୍ୟରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ବୁଦ୍ଧିରାମ ପୁର୍ତ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବନପାଳ କେଦାର ପାତ୍ର ଯୋଗଦେଇ ଜୀବହତ୍ୟା ମହାପାପ ଉପରେ ଆଲୋକପାତ କରିଥିଲେ । ବିଶେଷକରି ଆଗକୁ ଉଡାଯାତ୍ରା ଥିବାରୁ ଏହି ସମୟରେ ଆଦିବାସୀ ମାନେ ଜୀବଜନ୍ତୁ ଶୀକାର କରିଥାନ୍ତି । ତେଣୁ ଲୋକମାନେ ଏହି ସମୟରେ ଯେପରି ଜୀବଜନ୍ତୁ ଶୀକାର ନକରିନ୍ତି ସେଥିଲାଗି ସମସ୍ତେ ସପଥ ନେବାକୁ ବନପାଳ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ । ଜଂଗଲରେ ପସି ଶୀକାର କଳେ ଆଇନ ଅନୁଯାଇ ଦଣ୍ଡ ବିଧାନର ବ୍ୟବସ୍ଥା ଥିବାରୁ ଏଥିରୁ ନିବୃତ ରହିବାକୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନ କରାଯାଇଥିଲା । ଅନେକ ଲୋକ ମଧ୍ୟ ଏହା ଉପରେ ନିଜ ନିଜର ମତାମତ ରଖିଥିଲେ । ସେହିପରି ଜଂଗଲ ଆମର, ତେଣୁ ଜଂଗଲ ନିଆଁ ରୋକିବା ଆମର କର୍ତ୍ତବ୍ୟ ବୋଲି ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ସାଦ ହୋ, ରାଜନ ସୋରେନ, ରାଉତ ହୋ, ଗଣେଶ ସୋରେନ, ପାଣ୍ଡୁ ପୁର୍ତ୍ତୀ, ଜବାଧରି ମାରାଣ୍ଡି, ସୁକୁମାରୀ ହୋ, ସାନୁରୀ ପୁର୍ତ୍ତି, ମୁକ୍ତାରଣି ସୋରେନ ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଶେଷରେ ସୁର୍ୟ୍ୟ ହେମ୍ବ୍ରମ ଧନ୍ରବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ