ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ବନ୍ତ,( ଯୁଗାବ୍ଦ ନ୍ୟୁଜ୍) : ସୋମବାର ବନ୍ତ ଥାନା ଛକ ଠାରେ ଅଖିଳ ଭାରତ ଛାତ୍ରସଂଘ(ଏ.ଆଇ.ଏସ୍.ଏଫ) ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ନେତା ଆଡ୍ଭୋକେଟ ସଂଗ୍ରାମ କେଶରୀ ଜେନା ଛାତ୍ରସଂଘର ପତାକା ଉତ୍ତୋଳନ କରିଥିଲେ । ୧୯୩୬ ମସିହା ଅଗଷ୍ଟ ୧୨ ତାରିଖରେ ପ୍ରତିଷ୍ଠା କରାଯାଇଥିବା ଛାତ୍ରସଂଘ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସଂପର୍କରେ ଆଲୋକପାତ କରାଯାଇଥିଲା । ବନ୍ତ କଲେଜର ଛାତ୍ରନେତା ମଳୟ ଜେନା, ରବିନ୍ଦ୍ର ରାଉତ, ସଇଫୁଲ୍ଲା ଖାଁ, ସତ୍ୟ ପ୍ରକାଶ ଜେନା, ମାନସ କୁମାର ବାରିକ, ଶୁଭସ୍ମିତା ସାହୁ, ଯୁଧିଷ୍ଠିର ଜେନା ପ୍ରମୁଖ ଛାତ୍ରସଂଘର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ଅଖିଳ ଭାରତ ଯୁବସଂଘ ଜିଲ୍ଲା ସଂପାଦକ ଆଡ୍ଭୋକେଟ ପରମେଶ୍ୱର ବାରିକ, ପୂର୍ବତନ ଛାତ୍ରନେତା ରମେଶ ଜେନା ପ୍ରତିଷ୍ଠା ଦିବସ ସଫଳ ପାଇଁ ପ୍ରମୁଖ ଭାଗରେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ