ଅଗ୍ନି ବିପନ୍ନ ବିଧବାଙ୍କୁ ସହଯୋଗର ହାତ ବଢ଼ାଇଲା ସାନଭି ସେବା ଟ୍ରଷ୍ଟ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଓରାଳି ଗାଁରେ ଗତ ବୁଧବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଧବା ମହିଳା ପ୍ରମିଳା ମାଝୀଙ୍କ ଦୁଇବଖରା ଘର ଜଳିଯିବା ସହିତ ନିଜ ଝିଅ ବାହାଘର ପାଇଁ ସଞ୍ଚିଥିବା ସମସ୍ତ ସାମଗ୍ରୀ ନିଆଁର କରାଳ ଆଁରେ ପୋଡି ଧ୍ୱସଂ ହୋଇଯାଇଥିଲା । କେବଳ ନିଜ ପିନ୍ଧା ବସ୍ତ୍ର ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ବି ତାଙ୍କର ଉଦ୍ଧାର ହୋଇପାରି ନଥିଲା । ଏ ସମ୍ପର୍କରେ ଖବରପାଇ ଗତକାଲି ରାତିରେ ସାନଭି ସେବା ଟ୍ରଷ୍ଟର ସଦସ୍ୟମାନେ ପହଞ୍ଚି ନିଆଁକୁ ଆୟତ କରିବାରେ ସହଯୋଗ କରିବା ସହିତ ଉଦ୍ଧାର କରର୍ଯ୍ୟ କରିଥିଲେ । ଆଜି ସକାଳେ ସାନଭି ସେବା ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ଭାଗିରଥି ନାୟକ, ସନ୍ତୋଷ ପରିଡା, ନବଘନ ପଢ଼ିଆରୀ ପ୍ରମୁଖ ଓରାଳି ଗ୍ରାମରେ ପହଞ୍ଚି ତାଙ୍କୁ ମାସକର ରେସନ ସାମଗ୍ରୀ ସହିତ ଶୁଖିଲା ଖାଦ୍ୟ ଓ କିଛି ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହାଟଡିହି ଅଞ୍ଚଳରେ ଥିବା ସ୍ୱେଚ୍ଛାସେବୀ ମାନେ ତାଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ