ବିଧବା ମହିଳାଙ୍କ ସ୍ୱପ୍ନ ଚୁନା କଲା ନିଆଁ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଓରାଳି ଗ୍ରାମ ଦକ୍ଷିଣ ସାହିର ର ଜଣେ ବିଧବା ମହିଳାଙ୍କ ସ୍ୱପ୍ନକୁ ଚୁନା କରିଦେଇଛି ନିଆଁ । ଗ୍ରାମର ବିଧବା ମହିଳା ପ୍ରମିଳା ମାଝୀ ଛେଳି ଗୋରୁ ପାଳିବା ସହ ଚାଷବାଷ କରି ଦୀର୍ଘଦିନ ହେଲା ନିଜ ଝିଅର ବାହାଘର ପାଇଁ ସଞ୍ଚିଥିବା ସମସ୍ତ ସାମଗ୍ରୀ ନିଆଁର କରାଳ ଆଁରେ ପୋଡି ଧ୍ୱସଂ ହୋଇଯାଇଛି । ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର । ହେଲେ ଗତକାଲି ରାତିରେ ସବୁ ଓଲଟପାଲଟ ହୋଇଗଲା । ଗତକାଲି ରାତିରେ ପ୍ରମିଳା ରୋଷଇ ସାରି ପୁଅକ ଡାକିବାକୁ ସାହିକୁ ଯାଇଥିବାବେଳେ ପଡୋସୀ ମାନେ ଘରେ ନିଆଁ ଲାଗି ଯାିଛି ଯଲଦି ଆସ ବୋଲି ଡାକିବାରୁ ସେ ପହଞ୍ଚିବା ବେଳକୁ ଘରେ ନିଆଁ ଲାଗିସାରିଥିଲା । ଘରଟି ହୁତ ହୁତ ହୋଇ ଜଳୁଥିବା ଦେଖି କିଂ କର୍ତ୍ତବ୍ୟମୁଢ଼ ହୋଇଯାଇଥିଲେ ବିଧବା ପ୍ରମିଳା । ଘରେ ନିଆଁ ଲାଗିବା ଦେଖି ଗାଁ ଲୋକେ ଗରା ବାଲଟି ଧରି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରି ନଥିଲେ । ପରେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ପ୍ରମିଳାଙ୍କର ଦୁଇବଖରା ଘର ସମେତ ଘରେ ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନାରୁପା ଅଳଙ୍କାର, ଲୁଗାପଟା, ବାସନ କୁସନ, ଘରେଥିବା ଧାନ, ଚାଉଳ, ଲୁଗାପଟା ଆଦି ସମସ୍ତ ପୋଡି ପାଉଁଶ ହୋଇଯାଇଥିଲା । ଏପରିକି ୭ଟି ଛେଳି ଓ ଗୋଟିଏ ଗାଈ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ବିଦୁଞତ ସର୍ଟ ସର୍କିଟ ଯୋଗୁଁ ଏପରି ଘଟିଥିବା ଅନୁମାନ କରାଯାଉଛି । ଆଜି ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଥିବାବେଳେ ସରପଞ୍ଚ ପହଞ୍ଚି ସମବେଦନା ଜଣାଇଛନ୍ତି । ସେ ଆବାସ ଯୋଜନାରେ ଘର ପାଇ ନଥିବାବେଳେ ଏବେ ତାଙ୍କ ନାଁ ତାଲିକାଭୁକ୍ତ ହୋଇ ରହିଛି ବୋଲି ପ୍ରମିଳା କହିଛନ୍ତି । ନିଜ ଉଦ୍ୟମରେ ଘର ଖଣ୍ଡିଏ ନିର୍ମାଣ କରିଥିଲେବି ତାହା ଅଧାପନ୍ତରିଆ ହୋଇ ପଡିରହିଛି । ତାଙ୍କର ସର୍ବସ୍ୱ ପୋଡି ଯାଇଛି, ସେ ଝିଅ ବାହାଘର ପାଇଁ ସାଇତି ରଖିଥିବା ସମ୍ପତ୍ତି ପୋଡି ଧ୍ୱସଂ ପାଇଯାଇଛି । ଏଣୁ ତାଙ୍କୁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଲେ ସେ ନିଜ ଝିଅର ବାହାଘର କରିପାରନ୍ତେ ବୋଲି ପୁର୍ବତନ ସରପଞ୍ଚ ଅରୁଣ ପ୍ରଧାନ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ