ଜିଲ୍ଲାସ୍ତରୀୟ ଉନ୍ନୟନ ପରିଷଦ କମିଟିର ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ଜିଲ୍ଲାସ୍ତରୀୟ ଉନ୍ନୟନ ପରିଷଦ କମିଟିର ବୈଠକ ଆଜି ସ୍ଥାନୀୟ ଓସ୍ୱାନ ହଲ୍ ଠାରେ କମିଟିର ଅଧ୍ୟକ୍ଷ ତଥା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଲୋକ ଲୋଚନଉହାଡରେ ରହିଯାଉଥିବା ପର୍ଯ୍ୟଟ୍ଟନ କ୍ଷେତ୍ର ଗୁଡିକର ଚିହ୍ନଟ ଓ ବିକାଶ କାରଯିବ । ଏଥିପାଇଁ ଜନପ୍ରତିନିଧୀଙ୍କ ସହଯୋଗ ନିଆଯିବ । ଏସବୁ କ୍ଷେତ୍ରର ପ୍ରାଥମିକ ସୂଚନା ମିଳିବା ପରେ ଏହାର ଅର୍ଥ ଅଟକଳ କାରଯାଇ ପର୍ଯ୍ୟଟ୍ଟନ ବିଭାଗକୁ ଯୋଗାଯୋଗ କାରଯିବ । ସମସ୍ତ ପର୍ଯ୍ୟଟ୍ଟନ ସ୍ଥଳୀକୁ ଉତ୍ତମ ରାସ୍ତା ରହିବ । ପର୍ଯ୍ୟଟ୍ଟନ ସ୍ଥଳୀ ସଫାସୁତରା ହେବା ସହିତ କୈାଣସି ପ୍ଲାଷ୍ଟିକ୍ ପାଉଚ୍ କିମ୍ବା ବୋତଲ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ ହେବ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମ ଜାରି କରିଛନ୍ତି । ଋଷିକୂଲ୍ୟା ନଦୀରେ ଜଳକ୍ରିଡା ବ୍ୟବସ୍ଥା ହେବ । ଗୋଟିଏ ତାରାତାରିଣୀ ଠାରେ ।ନ୍ୟଟି ଋଷିକୂଲ୍ୟାନଦୀର ପୋତାଗଡ ଠାରେ କରାଯିବ । ଏଠାରେ ଜେଟି ସହିତ ବୋଟିଂର ସୁବିଧା ରହିବ । ଜିଲ୍ଲାରେ ଥିବା ଔଦଗୀକ ସଂସ୍ଥା ଗୁଡିକର ପାରିପାଶ୍ୱିକ ଉନ୍ନୟନ ପାଣ୍ଠିରେ ପୋତାଗଡର ବିକାଶ କାରଯିବ । ବାଘଲଟି ଜଳ ସେଚନ ପ୍ରକଳ୍ପ ସୋରଡା ଏବଂ ଘୋଡାହାଡ ଡ୍ୟାମ୍ ରେ ଜଳକ୍ରିଡାର ବିକାଶ କାରଯିବ । ରମ୍ଭା ପାନ୍ଥନିବାସରେ ବଗିଚାକୁ ଆକର୍ଷଣୀୟ କରାଯିବ । ଅଗାମୀ ଅଗଷ୍ଟ ୯ତାରିଖରେ ଅଗଷ୍ଟକ୍ରାନ୍ତୀ ଦିବସ ଅବସରେ ଗୋପାଳପୁର ଠାରେ ବେଳାଭୂମି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ବେଳାଭୂମି ସଫା କରିବା ସହିତ ଲୋକମାନଙ୍କୁ ଏହାର ସୁରକ୍ଷା ବଜାୟ ରଖିବା ପାଇଁ ଅନୁରୋଧ କରିବେ । ବେଲଗୁଣ୍ଠାର ନୁଆଗାଁ ଠାରେ ଥିବା ବିଜୁ ପଟ୍ଟନାୟକ ପୈତୃକ ଗୃହରେ ନିର୍ମାଣ କରାଯାଇଥିବା ଜନସାଧାରଣ ଚିତ୍ତ ବିନୋଦନ କେନ୍ଦ୍ରକୁ ଶୀଘ୍ର ଉଦଘାଟନ କରିବାପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାପଇଁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ଥିବା ୨୨ ଟି ପର୍ଯ୍ୟଟନସ୍ଥଳୀର ବିକାଶ କରିବା ସହ ନୂତନ ପର୍ଯ୍ୟଟନ ସ୍ଥଳୀକୁ ଚିହ୍ନଟ କରି ସେଠାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ଆଜି ଜିଲ୍ଲାସ୍ତରୀୟ ଉନ୍ନୟନ ପରିଷଦ କମିଟି ବୈଠକର ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ରହିଛି । ଯେଉଁ ପର୍ଯ୍ୟଟନ ସ୍ଥଳୀ ବିଷୟରେ ପ୍ରସ୍ତାବ ଓ ଆଲୋଚନା ହୋଇଛି ସେ ଗୁଡିକର ଡିପିଆର୍ ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେତେ ଗୁଡିକ ନିର୍ମାଣଧୀନ ପ୍ରକଳ୍ପକୁ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରାଗଲେ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ପଠାଯିବ । ଯେଉଁ ପର୍ଯ୍ୟଟନସ୍ଥଳୀ ଗୁଡିକର ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣା ଏବଂ ପରିପାଶ୍ୱର୍ ପରିଚ୍ଛନ୍ନତା ନିମନ୍ତେ ସେଠାର ସ୍ଥାନୀୟ ଲୋକଙ୍କୁ ନେଇ ଏ କମିଟି ଗଠନ କରାଯାଇ ହସ୍ତାନ୍ତର କରାଯିବ । ପ୍ରତ୍ୟେକ ସମୟରେ ଉକ୍ତ କମିଟିକୁ ନବୀକରଣ କରାଯାଇ ନୂତନ କମିଟିକୁ ପୁଣି ଉକ୍ତ ଦାୟିତ୍ୱ ହସ୍ତାନ୍ତର କରାଗଲେ ପ୍ରକଳ୍ପର ସଠିକ୍ ରକ୍ଷଣାବେକ୍ଷଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଥିବା ଯେତେ ଗୁଡିଏ ଆକର୍ଷଣୀୟ ଡ୍ୟାମ୍ ଗୁଡିକରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ପ୍ରକଳ୍ପ ନିର୍ମାଣ କରାଯିବ । ହିଞ୍ଜିଳି ମକରଝୋଳ ସ୍ଥିତ ମନ୍ଦିର ନିକଟ ଏକ ବିରାଟ ପୋଖରୀକୁ ସୌନ୍ଦର୍ଯ୍ୟକରଣ କରି ବୋଟିଂ ବ୍ୟବସ୍ଥା କରାଯିବ । ସେହିପରି ରମ୍ଭା ନିକଟ ଅତିଥି ଗୃହର ପୁନଃଉଦ୍ଧାର କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଗଂଜାମ ଜିଲ୍ଲା ର ପ୍ରସିଦ୍ଧି ଶକ୍ତିପୀଠ ମା’ତରାତାରିଣୀ ପୀଠରେ ୱାଚ୍ ଟାୱର ଲଗାଯିବାର ବ୍ୟବସ୍ଥା ରହିଥିବା ମା’ବାଳକୁମାରୀ ପୀଠରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ । ସୋନପୁର ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ପାଇଁ ଜିଲ୍ଲାରୁ ସରକାରଙ୍କୁ ଅବଗତ କରାଯାଇଛି । ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିଭିନ୍ନ ବିଭାଗ ଦ୍ୱାରା ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେଥିରୁ ଓଟିଡିସି ଦ୍ୱାରା ୨୬ କୋଟି ୯୦ ଲକ୍ଷ ଅନୁଦାନରେ ୪୦ ଟି ପ୍ରକଲ୍ପ ନିର୍ମାଣ କରିବା ଲକ୍ଷ୍ୟ ମଧ୍ୟରୁ ୨୪ ଟି ସଂପୂର୍ଣ୍ଣ ହୋଇଥିବା ବେଳେ ୧୧ ଟି ପ୍ରକଳ୍ପର ନିର୍ମାଣଧୀନ ରହିଛି । ସେହିପରି ତିନୋଟି ପ୍ରକଳ୍ପର କିଛି ସମସ୍ୟା ନେଇ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରାଯାଇଛି । ବନ୍ଦ ରହିଥିବା ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର ୧ କୋଟି ୧୪ ଲକ୍ଷ ୮୫ ହଜାର ଟଙ୍କାର ପ୍ରକଳ୍ପର ସମସ୍ୟା ସଂକ୍ରାନ୍ତରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପଚାରି ବୁଝିଥିଲେ । ମନ୍ଦିରର ଦୁଇଗୋଷ୍ଠୀ ପୂଜକ ପାଇଁ ରହିଥିବା ସମସ୍ୟାର ସମାଧାନ ହୋଇଥିବା ବେଳେ ବନ୍ଦ ରହିଥିବା ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ବିଭାଗକୁ ଅନୁମତି ମଗାଯାଇଛି ବୋଲି ଓଟିଡିସିର ସହକାରୀ ନିର୍ବାହୀ ଯନ୍ତ୍ରୀ କହିଥିଲେ । ସେହିପରି ବ୍ରହ୍ମପୁର ବିଧାୟକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବି ବଳଦେବ ରଥଙ୍କ ଜନ୍ମସ୍ଥାନ ଗୁଡିକରେ ଏକ ସ୍ୱତନ୍ତ୍ର ପଠାଗାରର ବ୍ୟବସ୍ଥା କରାଯାଇ ସେମାନଙ୍କ ରଚିତ ଗ୍ରନ୍ଥ ଓ କବିତାକୁ ରଖାଗଲେ ଲୋକମାନେ ଉପକୃତ ହେବେ ବୋଲି ପ୍ରସ୍ତାବ ଦେଇଥିଲେ ।ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ନିଳାଦ୍ରୀପୁର ପାହାଡରେ ବିଜେ ଥିବା ମା’ରାମଚଣ୍ଡିଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ସହ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଛତ୍ରପୁର ନିକଟ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ନେଇ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିବା ବେଳେ ସେଠାରେ ନିର୍ମାଣଧୀନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ଜଳାଶ୍ରୟ କ୍ରୀଡା, ବୋଟିଂ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିପରି ପୋତାଗଡର ବିକାଶ କରି ପୋତାଗଡ ଓ ତାମ୍ପରା ମୋହତ୍ସୋବ ଏକତ୍ରିତ ଭାବେ କରିବା ପାଇଁ ଛତ୍ରପୁର ବିଧାୟକ ପ୍ରସ୍ତାବ ଦେଇଥିଲେ । ରାଜ୍ୟର କଟକ ଭଳି ପୋତାଗଡ ଦ୍ୱିତୀୟ କ୍ଷେତ୍ର ରହିଛି । ଏଠାରେ ବହୁ ସୈାଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ ରହିଛି । ସେଥିପାଇଁ ଏହାକୁ ଦିଲ୍ଲୀ ଷ୍ଟାଇଲ କିଛି ସୈାଦର୍ଯ୍ୟ କରଣ କରାଯିବ । ଚଳିତ ବର୍ଷ କିପରି ତାମ୍ପରା ଓ ପୋତାଗଡ ମିଶି ଏକ ବିରାଟ ଧରଣ ମହୋତ୍ସବ ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ମା’ନାରାୟଣୀ ପୀଠରେ ଆଲୋକୀକରଣ, ପର୍ଯ୍ୟଟକଙ୍କ ନିମନ୍ତେ ରହଣି ବ୍ୟବସ୍ଥା, ଖଲ୍ଲିକୋଟ ଅଞ୍ଚଳରେ ହରିଣ ପାର୍କ, ଚିଲିକା ନିକଟ ଗୁପ୍ତେଶ୍ୱର ମନ୍ଦିର ବିକାଶ ଦିଗରେ ପ୍ରସ୍ତାବ ଦେଇଥିଲେ । ଆଜି ବୈଠକରେ ଆଗତ ହୋଇଥିବା ପ୍ରସ୍ତାବ ଉପରେ ଗଞ୍ଜାମ ଜିଲ୍ଲାପାଳ ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ପରିଦର୍ଶନ କରି ଉଚିତ୍ ପଦକ୍ଷେପ ନେବା ପାଇଁ କହିଛନ୍ତି । ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସ୍ଥଳୀର ବିଶେଷତ୍ୱ ଏବଂ ପର୍ଯ୍ୟଟକ ପର୍ଯ୍ୟଟନସ୍ଥଳୀ କେଉଁ ରୁଟ୍ରେ ଗଲେ ସୁବିଧାରେ ପହଞ୍ଚିପାରିବେ ଏ ସବୁକୁ ନେଇ ଏକ ଟୁରିଷ୍ଟ ଗାଇଡ୍ ପୁସ୍ତିକା ପ୍ରସ୍ତୁତ ହେବ । ୧୫ ଟି ବ୍ଲକରୁ ତଥ୍ୟ ସଂଗ୍ରହ ହୋଇଥିବା ବେଳେ ବାକି ବ୍ଲକ ଗୁଡିକର ତଥ୍ୟ ସଂଗ୍ରହ କରି ଏହି ପୁସ୍ତିକା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସନାତନ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ଓଟିଡିସିର ସହକାରୀ ନିର୍ବାହୀ ଯନ୍ତ୍ରୀ ଶାନ୍ତୁନ କୁମାର ପ୍ରଧାନଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ