ଅଜଣାଗାଡିଧକ୍କାରେ ଦୁଇ କରୋନା ଯୋଦ୍ଧା ଗୁରୁତର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଏକ ଅଜଣା ଗାଡ଼ି ଧକ୍କାରେ କନ୍ଧମାଳ ଜିଲ୍ଲାର ୨ କରୋନା ଯୋଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଫୁଲବାଣୀ ସଦରଥାନାର ସଦାନନ୍ଦ ସାହାଣୀ ଓ ପ୍ରତାପ କୁମାର ସାହାଣୀ ଗୁମାଗଡ଼ରେ ଡ଼୍ୟୁଟିରେ ଥିଲେ। ଅପରାହ୍ଣରେ ସେମାନେ ସଦରଥାନାକୁ ଫେରୁଥିବା ବେଳେ କେରେଡ଼ି ଠାରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ଉଭୟ ସେଠାରେ ପଡିଥିବା ବେଳେ ଅଞ୍ଚଳବାସୀଙ୍କ ଠାରୁ ଖବର ପାଇ ସଦରଥାନା ପୁଲିସ ସେଠାରେ ପହଞ୍ଚି ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ