ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଶାରଦୀୟ ଦୁର୍ଗାପୂଜାର ମାହୋଲରେ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଦେଖା ଦେଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢେ଼ ୨ଟାରେ ହିଞ୍ଜିଳି ଥାନା ତଥା ୫୯ ନମ୍ବର ଜାତୀୟ ରାଜପଥ ସାରୁ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଧରାକୋଟ ଥାନ ଗଡଦାମୋଦରପଲ୍ଲୀ ଗ୍ରାମର କାହ୍ନୁଚରଣ ଜେନା (୨୪)। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ମୃତଦେହକୁ ଜବତ କରିଛି।‌ ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୮୦୭/୨୩ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ କାହ୍ନୁ ବାଇକ୍ (ଓଡି୦୨ଜେ ୦୬୩୨) ଯୋଗେ ବ୍ରହ୍ମପୁର ଠାରୁ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ଗାଡି ବାଇକ୍ ପଛପଟକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲ। ଦୁର୍ଘଟଣାରେ ବାଇକ୍ ଚାଳକ ରାସ୍ତା ପାର୍ଶ୍ବକୁ ଛିଟିକି ପଡିବା ସହ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବା ପାଇଁ ତଦନ୍ତ ଚଳାଇଥିବା ଥାନା ଏସଆଇ ସୁନିଲ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ