ଅଜଣା ଗାଡି ଧକ୍କାରେ ଷଣ୍ଢ ଆହତ

ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତରଡିପାଳ ଛକ ନିକଟରେ ରବିବାର ସକାଳେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ଷଣ୍ଢ ଆହତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ଯୁବକ ମାନେ ଏସଂପର୍କରେ ବନ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଡମ୍ବରୁଧର ସାମଲଙ୍କୁ ଖବର ଦେବା ପରେ ପ୍ରାଣୀଧନ ନୀରିକ୍ଷକ, ତୁଣ୍ଡା ଶମ୍ଭୁନାଥ ନାୟକ, କାହ୍ନୁ ଚରଣ ମିଶ୍ର, ଗଣିଜାଙ୍ଗ ଘଟଣା ସ୍ଥଳରେ ପହଞ୍ôଚ ଷଣ୍ଢର ଗୋଡ, ଶିଙ୍ଗ, ମେରୁଦଣ୍ଡ ଆଘାତ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ସ୍ଥାନୀୟ ଯୁବକ ମାନଙ୍କ ସହାୟତରେ ଷଣ୍ଢଟିର ସମସ୍ତ ଚିକିତ୍ସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ